କଳାହାଣ୍ଡି ବିଶ୍ୱବିଦ୍ୟାଳୟଠାରେ ଏୟାର ୱିଙ୍ଗ୍ ଏନ୍ସିସିର ନୂତନ ଶାଖା ଉଦଘାଟିତ
ଭବାନୀପାଟଣା,ଅକ୍ଟୋବର ୨୫ : ଦେଶରେ ଖୁବ୍ କମ୍ ବିଶ୍ୱବିଦ୍ୟାଳୟ ଅଛି ଯେଉଁଠାରେ କି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଲାଭ ପାଇଁ ପ୍ରତିରକ୍ଷା ବିଭାଗର ଭିତ୍ତିଭୂମି ରୂପେ ଏନ୍ସିସି, ନାଭାଲ୍ ଏନ୍ସିସି ଓ ଏୟାର ୱିଙ୍ଗ୍ ଏନ୍ସିସି ଅଛି । ୨୪ ତାରିଖ ରବିବାର ଦିନ କଳାହାଣ୍ଡି ବିଶ୍ୱିଦ୍ୟାଳୟରେ ଏୟାର ୱିଙ୍ଗ୍ ଏନ୍ସିସିର ଏକ ଶାଖା ଉଦXାଟିତ ହୋଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଇତିହାସରେ ଗୋଟିଏ ସଫଳତାର ପୃଷ୍ଠା ଜୋଡିହୋଇଯାଇଛି । ପୂର୍ବରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ସିସି ଓ ନାଭାଲ୍ ଏନ୍ସିସି ରହିଥିଲା […]
ଭବାନୀପାଟଣା,ଅକ୍ଟୋବର ୨୫ : ଦେଶରେ ଖୁବ୍ କମ୍ ବିଶ୍ୱବିଦ୍ୟାଳୟ ଅଛି ଯେଉଁଠାରେ କି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଲାଭ ପାଇଁ ପ୍ରତିରକ୍ଷା ବିଭାଗର ଭିତ୍ତିଭୂମି ରୂପେ ଏନ୍ସିସି, ନାଭାଲ୍ ଏନ୍ସିସି ଓ ଏୟାର ୱିଙ୍ଗ୍ ଏନ୍ସିସି ଅଛି । ୨୪ ତାରିଖ ରବିବାର ଦିନ କଳାହାଣ୍ଡି ବିଶ୍ୱିଦ୍ୟାଳୟରେ ଏୟାର ୱିଙ୍ଗ୍ ଏନ୍ସିସିର ଏକ ଶାଖା ଉଦXାଟିତ ହୋଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଇତିହାସରେ ଗୋଟିଏ ସଫଳତାର ପୃଷ୍ଠା ଜୋଡିହୋଇଯାଇଛି । ପୂର୍ବରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ସିସି ଓ ନାଭାଲ୍ ଏନ୍ସିସି ରହିଥିଲା ବେଳେ ୨୪ ତାରିଖ ଏୟାର ୱିଙ୍ଗ୍ ଏନ୍ସିସିର ନୂତନ ଶାଖାକୁ ଓଡିଶାର ଡେପୁଟି ଡାଇରେକଫର ଜେନେରାଲ ଏନ୍ସିସି, କମୋଡର ସୋମେନ୍ ବାନାର୍ଜ୍ଜୀ ଆନୁଷ୍ଠାନିକ ଭାବେ ଉଦXାଟନ କରିଛନ୍ତି ।
ପୂର୍ବରୁ ରାଜ୍ୟରେ ଭୁବନେଶ୍ୱରରେ ଏକମାତ୍ର ଏୟାର ୱିଙ୍ଗ୍ ଏନ୍ସିସି ଥିଲାବେଳେ ପରବର୍ତ୍ତୀ ସମୟରେ ଝାରସୁଗୁଡା ଠାରେ ଗୋଟିଏ ଏୟାର ୱିଙ୍ଗ୍ ଏନ୍ସିସି ଶାଖା ଖୋଲାଯାଇଥିଲା । ୨୪ ତାରିଖ ପଶ୍ଚିମ ଓଡିଶାର ଏହି ଶାଖା କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପ୍ରଥମଥର ପାଇଁ ଖୋଲାଯାଇଛି ବୋଲି କମୋଡର ଶ୍ରୀ ବାନାର୍ଜ୍ଜୀ ପ୍ରକାଶ କରିଥିଲେ । ଏହି ଉଦXାଟନୀ ଉସିବରେ ଓଡିଶାର ଡେପୁଟି ଡାଇରେକଫର ଜେନେରାଲ ଏନ୍ସିସି, କମୋଡର ସୋମେନ୍ ବାନାର୍ଜ୍ଜୀଙ୍କ ସହ ଲେଫଫନାଣ୍ଟ କର୍ଣ୍ଣେଲ୍ ସୁଦୀପ ମିଶ୍ର, କମାଣ୍ଡିଂ ଅଫିସର ୧୩-ଓଡିଶା ବାଟାଲିୟନ୍ ଏନ୍ସିସି ନବରଙ୍ଗପୁର, ୱିଙ୍ଗ୍ କମାଣ୍ଡର ଦେବାଶିଷ ମଙ୍ଗରାଜ, କମାଣ୍ଡିଂ ଅଫିସର ସେକେଣ୍ଡ ଓଡିଶା ଏଆର୍ ସ୍କ୍ୱାର୍ଡନ୍, ଫ୍ଲାଇଂ ଏନ୍ସିସି ଝାରସୁଗୁଡା, କର୍ଣ୍ଣେଲ୍ ଜ୍ଞାନେନ୍ଦ୍ର ପାଣ୍ଡେ ଗୃପ କମାଣ୍ଡର ସମ୍ବଲପୁର, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର୍ ଡ. ସଞ୍ଜୟ କୁମାର ଶତପଥି, ରେଜିଷ୍ଟର ପୀତାମ୍ବର ଭୋଇ, ଏଏନ୍ଓ ଆର୍ମି ୱିଙ୍ଗ୍, ଏଏନ୍ଓ କଳାହାଣ୍ଡି ୟୁନିଟ୍ କ୍ୟା. ଡ. ଜୟଦେବ ସାହୁ, ଏନ୍ସିସି ଅଫିସର ଏୟାର ୱିଙ୍ଗ୍ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସୁଚିତ୍ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ନେଭାଲ ୱିଙ୍ଗ୍ର ଏକ ନୂତନ କାର୍ଯ୍ୟାଳୟ ଉଦXାଟନ ହୋଇଥିଲା ବେଳେ ନୂତନ ଏୟାର ୱିଙ୍ଗ୍ର କାର୍ଯ୍ୟାଳୟ ମଧ୍ୟ ଉଦXାଟିତ ହୋଇଥିଲା । ୨୪ ତାରିଖ ବିଶ୍ୱ ଜାତିସଂଘ ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପରୋକ୍ତ ଅଧିକାରୀମାନେ ଉପସ୍ଥିତ ଥିଲା ବେଳେ ଡେପୁଟି ରେଜିଷ୍ଟର କ୍ୟା. ଜୟଦେବ ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ଫାଇନାନ୍ସ କଣ୍ଟ୍ରୋଲର୍ ମହେଶ୍ୱର ଦୁରିଆ ବିଶ୍ୱ ଜାତିସଂଘ ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ରାଜନୀତି ବିଜ୍ଞାନର ମୁଖ୍ୟ ସରିତା ବାଗ ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ରେଜିଷ୍ଟ୍ରାର ପିତାମ୍ବର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।




