ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଦେଖା ଦେଇଛି ବିପ୍ଲବ
କଟକ: ଜୁନ ୧୭: ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ବିପ୍ଲବ । ଏହି ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ଅଗ୍ନିପଥ ଯୋଜନା ଘୋଷଣା ହୋଇଥିଲା । ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ […]
କଟକ: ଜୁନ ୧୭: ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ବିପ୍ଲବ । ଏହି ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ଅଗ୍ନିପଥ ଯୋଜନା ଘୋଷଣା ହୋଇଥିଲା । ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି । ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ପିଲାମାନେ । ତେବେ ଏହି ବିକ୍ଷୋଭକାରୀ ରିଙ୍ଗ୍ ରୋଡରେ ରାସ୍ତା ଅବରୋଧ ବେଳେ ପୋଲିସ୍ ବିକ୍ଷୋଭକାରୀଙ୍କ ଉପରକୁ ଲାଠିମାଡ଼ କରିଥିବା ଜଣାପଡ଼ିଛି ।




