ଟିର୍ଲିଆମ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ପହଞ୍ଚିଲେ ମେଡିକାଲ ଟିମ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଓ ଅପହଞ୍ଚ ର୍ଟିଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୀ ଅନେକ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ପହଞ୍ଚିବା ପରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ର୍ଟିଲିଆମ ଗାଁ ରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଗୁରବାର […]
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଓ ଅପହଞ୍ଚ ର୍ଟିଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୀ ଅନେକ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ପହଞ୍ଚିବା ପରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ର୍ଟିଲିଆମ ଗାଁ ରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।
ଗୁରବାର ପୁଣି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ମେଡ଼ିକାଲ ଟିମ ଗାଁ ରେ ପହଞ୍ଚି ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଛନ୍ତି । ର୍ଟିଲିଆମ ଗାଁ ର ନୁନୋଇ ମାଝୀ(୫୦) , ଲଛମା ମାଝୀ (୬୦), କମଳ ମାଝୀ୨୧), ରୁଦମା ମାଝୀ(୧୮), ଦୁର୍ଯେ୍ୟା ମାଝୀ(୩୫) ଓ ଜଣେ ଶିଶୁ ବେବି ମାଝୀ (୬) ଆକ୍ରାନ୍ତ ଥିବାବେଳେ ବର୍ତ୍ତମାନ କୋକସରା ଡାକ୍ତରଖାନାରେ ନୁନୋଇ ମାଝୀ ଓ ବେବି ମାଝୀ ଚିକିତ୍ସିତ ହେଉଛନ୍ତି ।
ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସୁଚନା ଦେଇଛନ୍ତି । ଶୁକ୍ରବାର ର୍ଟିଲିଆମ ଗାଁରେ ମେଡିକାଲ ଟିମ ସହ ଗ୍ରାମ୍ୟ ପରିମଳ ବିଭାଗ କର୍ମଚାରୀ ପହଞ୍ଚି ଗାଁରେ ଥିବା ନଳକୂପକୁ ବିଶୋଧନ କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି ।
ମେଡିକାଲ ଟିମରେ ଶୁଭେନ୍ଦୁ ପଣ୍ଡା, ସୁଧୀର ଧଙ୍ଗଡା ମାଝୀ, ସ୍ୱାସ୍ଥ୍ୟକର୍ମି କ୍ଷୀରୋଦ ବାଗ, କୃଷ୍ଣଚନ୍ଦ୍ର କାଣ୍ଡ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ପଞ୍ଚାୟତ ର୍ନିବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ପ୍ରମୁଖ ର୍ଟିଲିଆମ ଗାଁ ଚିକିତ୍ସା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ।




