ସୀମାରେ ୪୦୦ ମାଓବାଦୀ, ବଡ଼ ଅଘଟଣ ପ୍ରସ୍ତୁତି

ଭୁବନେଶ୍ୱର/ନୂଆପଡ଼ା: ଆଗକୁ ଆସୁଛି ନକ୍ସଲଙ୍କ ସହିଦ ସପ୍ତାହ । ପ୍ରତି ବର୍ଷ ଜୁଲାଇ ୨୮ ଏବଂ ଡିସେମ୍ବର ୨ ତାରିଖରେ ସିପିଆଇ-ମାଓବାଦୀ ସଙ୍ଗଠନ ପକ୍ଷରୁ ପାଳନ କରାଯାଇଥାଏ ସହିଦ ସପ୍ତାହ । ବେଶ୍‌ କିଛି ଦିନ ଧରି ନିରବ ଥିବା ନକ୍ସଲଙ୍କ ବନ୍ଧୁକ ଏହି ସମୟରେ ଗର୍ଜିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଯୋଗାଡ ହୋଇଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଛତିଶଗଡ଼ କିମ୍ବା ଓଡ଼ିଶାରେ ସେମାନେ ଯବାନଙ୍କ ଉପରେ ବଡ଼ଧରଣର ଆକ୍ରମଣ କରିବାକୁ କିମ୍ବା କୌଣସି ରାଜନେତା/ପ୍ରଶାସନିକ […]

Samaya Live Picture
Published On

ଭୁବନେଶ୍ୱର/ନୂଆପଡ଼ା: ଆଗକୁ ଆସୁଛି ନକ୍ସଲଙ୍କ ସହିଦ ସପ୍ତାହ । ପ୍ରତି ବର୍ଷ ଜୁଲାଇ ୨୮ ଏବଂ ଡିସେମ୍ବର ୨ ତାରିଖରେ ସିପିଆଇ-ମାଓବାଦୀ ସଙ୍ଗଠନ ପକ୍ଷରୁ ପାଳନ କରାଯାଇଥାଏ ସହିଦ ସପ୍ତାହ । ବେଶ୍‌ କିଛି ଦିନ ଧରି ନିରବ ଥିବା ନକ୍ସଲଙ୍କ ବନ୍ଧୁକ ଏହି ସମୟରେ ଗର୍ଜିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଯୋଗାଡ ହୋଇଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଛତିଶଗଡ଼ କିମ୍ବା ଓଡ଼ିଶାରେ ସେମାନେ ଯବାନଙ୍କ ଉପରେ ବଡ଼ଧରଣର ଆକ୍ରମଣ କରିବାକୁ କିମ୍ବା କୌଣସି ରାଜନେତା/ପ୍ରଶାସନିକ ଅଧିକାରୀଙ୍କୁ ଅପହରଣ କରି ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ସେମାନେ କରୁଛନ୍ତି ଯୋଜନା ।

ସୀମାରେ ୪୦୦ ମାଓବାଦୀ, ବଡ଼ ଅଘଟଣ ପ୍ରସ୍ତୁତି

ନିକଟରେ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ଅନ୍ତର୍ଗତ ମାନପୁର ସହରରେ ବାଇକରେ ଯାଉଥିବା ବେଳେ ଗିରଫ ହୋଇଥିବା ତିନି ଜଣ ନକ୍ସଲ କ୍ୟାଡରଙ୍କୁ ଜେରା ବେଳେ ଏହି ତଥ୍ୟ ପୁଲିସକୁ ମିଳିଛି । ଏଥିସହ ସୋମବାର ସୁକମା ଏସପି ସୁନିଲ ମିଶ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ନMଲ ଦମ୍ପତି ମାଡ଼କାମ ହିଡ଼ମା ଓ କୁରାମ ହୁଙ୍ଗିଙ୍କଠାରୁ ମଧ୍ୟ ଏଭଳି କିଛି ସୂଚନା ମିଳିଛି । ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ବହନ କରୁଥିବା ଏହି ଦମ୍ପତି ୨୦୧୭ରେ ସୁକମାରେ ୨୫ ଯବାନଙ୍କୁ ହତ୍ୟା, ୨୦୧୮ରେ ଦାନ୍ତେୱାଡ଼ାରେ ୭ ଯବାନଙ୍କୁ ହତ୍ୟା ହେବା ଏବଂ ୨୦୨୦ରେ ସୁକମାରେ ୧୭ ଯବାନଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ । ସିପିଆଇ-ମାଓବାଦୀ ସଙ୍ଗଠନର ବସ୍ତର ଡିଭିଜନରେ ମାଡ଼କାମ ୧୭ ବର୍ଷ ଧରି ସକ୍ରିୟ ଥିବା ବେଳେ ହୁଙ୍ଗି ୧୨ ବର୍ଷ ଧରି ସକ୍ରିୟ ଥିଲା ।

ନୂଆ ହିଂସାର ବ୍ଲì-ପ୍ରିଣ୍ଟକୁ ସଫଳ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାର ଛତିଶଗଡ଼ ସୀମାକୁ ଲାଗିଥିବା ବୋଡେନ ଥାନା ଅନ୍ତର୍ଗତ ଭଇଁଷାଦାନୀ ପଞ୍ଚାୟତର ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ମାଓବାଦୀଙ୍କ ପ୍ରଶିକ୍ଷଣ ଶିବିର ଉପରେ ଶନିବାର ଯବାନମାନେ ଚଢ଼ାଉ କରିବା ପରେ ସେଠାରୁ ମିଳିଥିବା ବିଭିନ୍ନ ସାମଗ୍ରୀ ଦେଖି ବରିଷ୍ଠ ଅଧିକାରୀ ଆଚମ୍ବିତ ହୋଇଛନ୍ତି । ଗୋଇନ୍ଦା ସୂଚନା ଥିଲା, ଉକ୍ତ ଅଞ୍ଚଳରେ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଆଧାରରେ ଯବାନମାନେ ଚଢ଼ାଉ କରିଥିଲେ । କେଇ ଘଣ୍ଟାର ପ୍ରବଳ ଗୁଳି ବିନିମୟ ପରେ ନକ୍ସଲମାନେ ପଛଘୁଞ୍ଚା ଦେଇ ଛତିଶଗଡ଼ ସୀମା ମଧ୍ୟକୁ ଚାଲି ଯାଇଥିଲେ । ଅପରେସନରେ ତୁରନ୍ତ ବ୍ୟାକ୍‌ ଅପ୍‌ ଦେବାକୁ ଖବର ପଠାଯାଇଥିଲେ ମଧ୍ୟ ଛତିଶଗଡ଼ ପୁଲିସ ସହାୟତା କରି ନଥିଲା । ତେଣୁ ନକ୍ସଲ ଅନାୟାସରେ ଖସି ଯାଇଥିଲେ ।

ସୀମାରେ ୪୦୦ ମାଓବାଦୀ, ବଡ଼ ଅଘଟଣ ପ୍ରସ୍ତୁତି

ଠାବ ହୋଇଥିବା ନକ୍ସଲ କ୍ୟାମ୍ପଟି ପାହାଡ଼ ମଧ୍ୟରେ ପ୍ରାୟ ୨ ଏକର ସମତଳ ଅଞ୍ଚଳରେ ହୋଇଥିଲା । ପାଖାପାଖି ୭୦ଟି ପଲିଥିନ୍‌ ଟେଣ୍ଟ ପଡ଼ିଥିଲା । ଭିନ୍ନ ଭିନ୍ନ ସ୍ଥାନରେ ୫ଟି ସେଣ୍ଟ୍ରି ପଏଣ୍ଟ ରହିଥିଲା । କ୍ୟାଡରଙ୍କ ଟ୍ରେନିଂ ପାଇଁ ଥିବା ଏୟାର ଗନ୍‌ ଜବତ ହୋଇଥିବା ବେଳେ ୨୦ ବସ୍ତା ଚାଉଳ ଏବଂ ୨୦ ବସ୍ତା ଗୋମାଂସ ମଧ୍ୟ ମିଳିଥିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ନକ୍ସଲ କ୍ୟାମ୍ପରୁ ଏତେ ପରିମାଣର ଚାଉଳ ଏବଂ ଗୋମାଂସ ମିଳିଛି । ଛତିଶଗଡ଼ର ଏକ ର୍ନିଦ୍ଦିଷ୍ଟ ଆଦିବାସୀ ଶ୍ରେଣୀର ଲୋକମାନେ ନକ୍ସଲଙ୍କ ସହ ସାମିଲ ହୋଇଛନ୍ତି, ଯେଉଁମାନେ କି ଗୋମାଂସ ଖାଇଥାନ୍ତି । କ୍ୟାଡରମାନଙ୍କୁ କଠୋର ଟ୍ରେନିଂ ଦେବାକୁ ଏହି କ୍ୟାମ୍ପରେ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା । ଜଣେ ଗୋଇନ୍ଦା ଅଧିକାରୀଙ୍କ ତଥ୍ୟ ଅନୁସାରେ ଉକ୍ତ କ୍ୟାମ୍ପରେ ପ୍ରାୟ ୪ ଶହ କ୍ୟାଡର ଏବଂ ୨୦ରୁ ଅଧିକ ନକ୍ସଲ କମାଣ୍ଡର ଥିଲେ ।

୨୦୧୨/୧୩ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କମାଣ୍ଡର କାର୍ତ୍ତିକ ପୁଣି ଥରେ ଏବେ ଏହି ଅଞ୍ଚଳରେ ସଙ୍ଗଠନକୁ ସୁଦୃଢ଼ କରୁଛି । ଅଭୟାରଣ୍ୟର ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ନିକଟରେ ଭିନ୍ନ ଭିନ୍ନ ସ୍ଥାନରେ କ୍ୟାମ୍ପ ପରିଚାଳିତ ହେଉଛି । ଲୋକଙ୍କ ସମର୍ଥନ ହାସଲ କରି ପ୍ରତି ପରିବାରରୁ ଜଣଙ୍କୁ ସଙ୍ଗଠନରେ ସାମିଲ କରିବାକୁ ଉଦ୍ୟମ ହେଉଛି । ଏଭଳି ସ୍ଥାନରେ କ୍ୟାମ୍ପ କରାଯାଉଛି, ଯେଉଁଠାରୁ ସହଜରେ ଛତିଶଗଡ଼ର ମାନପୁର କିମ୍ବା କଳାହାଣ୍ଡିର ଧର୍ମଗଡ଼ କିମ୍ବା ନବରଙ୍ଗପୁରର ଉମରକୋଟ ଅଞ୍ଚଳକୁ ଖସିଯାଇ ହେବ । ନକ୍ସଲ କ୍ୟାଡରମାନେ ଏବେ ଛତିଶଗଡ଼ର ମାନପୁର, ଗରିଆବନ୍ଦ, ନୂଆପଡ଼ା ଜିଲ୍ଲାର କୋମନା, ବୋଡେନ ଏବଂ ସିନାପାଲି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ମାନପୁରରେ ଦୁଇ ଜଣ ବିଜେପି ନେତ୍ରୀଙ୍କୁ ଅପହରଣ କରି ତାଲିବାନ ଷ୍ଟାଇଲରେ ମୁଣ୍ଡ କାଟ କରାଯିବ ବୋଲି ମଧ୍ୟ ଧମକ ମିଳିଛି ।