ଶାହଙ୍କ ‘ସାଙ୍ଗମା ସରକାର ଦୁର୍ନୀତିଗ୍ରସ୍ତ’ ଟିପ୍ପଣୀ ପାଇଁ ତାଙ୍କୁ ଜେରା କରାଯାଉ : କଂଗ୍ରେସ

ନୂଆଦିଲ୍ଲୀ, ୨୩/୩ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିକଟରେ ଦେଇଥିବା ‘ସାଙ୍ଗମା ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ’ ଟିପ୍ପଣୀ ପାଇଁ ତାଙ୍କୁ ଜେରା କରାଯାଉ। କଂଗ୍ରେସ ଆଜି ଏନେଇ ସିବିଆଇକୁ ଚିଠି‌ ଲେଖିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଆଜି ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସ୍ବାଲଙ୍କୁ ଉକ୍ତ ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଶାହ ‌ଯେଉଁ ଅଭିଯୋଗ କରିଥିଲେ ତା’ର ତଦନ୍ତ କରିବାକୁ ର‌‌ମେଶ ଅନୁରୋଧ କରିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ଶାହ ଗତମାସରେ ଏକ […]

Samaya Live Picture
Published On

ନୂଆଦିଲ୍ଲୀ, ୨୩/୩ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିକଟରେ ଦେଇଥିବା ‘ସାଙ୍ଗମା ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ’ ଟିପ୍ପଣୀ ପାଇଁ ତାଙ୍କୁ ଜେରା କରାଯାଉ। କଂଗ୍ରେସ ଆଜି ଏନେଇ ସିବିଆଇକୁ ଚିଠି‌ ଲେଖିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଆଜି ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସ୍ବାଲଙ୍କୁ ଉକ୍ତ ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଶାହ ‌ଯେଉଁ ଅଭିଯୋଗ କରିଥିଲେ ତା’ର ତଦନ୍ତ କରିବାକୁ ର‌‌ମେଶ ଅନୁରୋଧ କରିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ଶାହ ଗତମାସରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ‌ଦେଇ କହିଥିଲେ ‌ଯେ ତତ୍କାଳୀନ ମେଘାଳୟ ସରକାର ଦେଶରେ ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର। ‌ତେବେ ଶାହଙ୍କୁ କଟାକ୍ଷ କରି ଜୟରାମ ରମେଶ କହିଛନ୍ତି, ଦେଶର ଗୃହ ମନ୍ତ୍ରୀ ତତ୍କାଳୀନ ମେଘାଳୟ ସରକାରଙ୍କ ଦୁର୍ନୀତି ସଂକ୍ରାନ୍ତରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ବିଫଳ ହୋଇଛନ୍ତି। ତେଣୁ ଦେଶର ସ୍ବାର୍ଥ ଦୃ‌ଷ୍ଟିରୁ ଶାହଙ୍କୁ ସମନ୍‌ କରାଯାଉ ଏବଂ ତାଙ୍କଠାରୁ ଉକ୍ତ ପ୍ରସଙ୍ଗରେ ଅଧିକ ତଥ୍ୟ ମଗାଯାଉ।

Tags: shah