ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା
ଭଦ୍ରକ : ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖୁଥିବାବେଳେ ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା । ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆ ବଜାରରେ । ୪ ରୁ ୫ ଜଣ ମିଶି ସଂଘବଦ୍ଧ ଭାବରେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀ କୁମାର ସ୍ବାମୀ । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ କୁମାର ରବିବାର ଘରେ ବସି କ୍ରିକେଟ ଫାଇନାଲ ମ୍ୟାଚ ଦେଖୁଥିଲେ । ତାଙ୍କୁ ଫୋନ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁଣିଆ ବଜାର ଯାଇଥିଲେ । ସେଠାରେ ପ୍ରାୟ ୫ ଜଣ ଯୁବକ ମିଳିତ ଭାବେ ଧାରୁଆ ଅସ୍ତ୍ର ରେ ତାଙ୍କୁ ଆକ୍ରମଣ କରିଥିଲେ ।
ସ୍ଥାନୀୟ ଲୋକେ ଏହା ଦେଖିଥିଲେ ମଧ୍ୟ ଭୟରେ ପାଖକୁ ଯାଇନଥିଲେ । ପରେ ଲୋକେ ଶ୍ରୀ କୁମାର ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ଇ ହତ୍ୟାକାରୀମାନେ ପୂର୍ବରୁ ମଧ୍ୟ ବହୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ଆଧାର ରେ ଭଦ୍ରକ ଟାଉନ ଥାନା ପୋଲିସ ହତ୍ୟାକାରୀ ଙ୍କୁ ଚିହ୍ନଟ କରିଛି । ଘଟଣାସ୍ଥଳରୁ ଏକ ସୁନା ଚେନ ମିଳିଥିବାବେଳେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।



