ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର ନିକଟରେ ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ପିଟି ପିଟି ମାରିଦେବା ଘଟଣା।ଏହି ଅମାନବୀୟ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୁଲିସ ୫ଜଣଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଘଟଣା ପରେ ବାଲିଅନ୍ତା ଥାନା ପରିସରରେ ଉତ୍ତେଜନା ଦେଖା ଦେଇଛି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଘଟନାନୁସାରେ, ଗତକାଲି ଦିନ ୧୧ଟା ସମୟରେ ବାଲିଅନ୍ତା ଥାନା ଅଞ୍ଚଳର ୨ ଜଣ ଯୁବତୀ ଏକ ସ୍କୁଟିରେ ଭିଙ୍ଗାରପୁର ଯାଉଥିଲେ । ଏହି ସମୟରେ ମୃତ ସୌମ୍ୟ ରଞ୍ଜନ ସ୍ଵାଇଁ  ଏବଂ ତାଙ୍କର ଜଣେ ସହଯୋଗୀ ଓମ ପ୍ରକାଶ ଏକ ବାଇକରେ ଆସି ୨ ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚାରଣ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ପହଁଞ୍ଚି ୨ଯୁବକଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଥିଲେ l

Tags: