୪୦ ଲକ୍ଷ ଠକି ବନ୍ଧା ହେଲେ ଯୁବକ

୪୦ ଲକ୍ଷ ଠକି ବନ୍ଧା ହେଲେ ଯୁବକ
Samaya Live News Picture
Published On

ରାଉରକେଲା : ଠକେଇ ଅଭିଯୁକ୍ତ ଗିରଫ । ଶତାଧିକ ଯୁବକ ଯୁବତୀଙ୍କୁ ଚାକିରୀ ଦେବାକୁ କହି ପାଖାପାଖି ୪୦ ଲକ୍ଷ ଠକି ନେଇଥିବା ଅଭିଯୁକ୍ତ ଯୁବକ ସନ୍ତୋଷ କୁମାର ସାହୁ ଗିରଫ । କୋରାପୁଟ ଜୟପୁରରୁ ଅଭିଯୁକ୍ତକୁ ଗିରଫ କଲା ଜୟପୁର ଛେଣ୍ଡ ପୋଲିସ । ଠକ ସନ୍ତୋଷ କୁମାର ଘର କୋରାପୁଟ ଜୟପୁର ଅଞ୍ଚଳରେ । ସେ ପୂର୍ବରୁ କୋରାପୁଟ, ଗଞ୍ଜାମ, ମାଲକାନଗିରି ଜିଲ୍ଲାରେ ଅନେକ ଯୁବକ ଓ ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକି ଫେରାର ହୋଇ ପ୍ରାୟ ଗୋଟିଏ ବର୍ଷ ହେଲା ରାଉରକେଲାରେ ରହୁଥିଲା । ଅଭିଯୁକ୍ତକୁ ରାଉରକେଲା ଆଣି ପଚରାଉଚରା କରାଯାଉଛି । ଅଭିଯୁକ୍ତ ନିକଟରୁ ବହୁ ନକଲି ନିଯୁକ୍ତିପତ୍ର ଜବତ କରିଛି ପୋଲିସ।

Tags: