ଜମି ବିବାଦକୁ ନେଇ ବଡ଼ ଭାଇ ପରିବାରକୁ ନିଶ୍ଚିହ୍ନ କଲା ସାନଭାଇ

ଜମି ବିବାଦକୁ ନେଇ ବଡ଼ ଭାଇ ପରିବାରକୁ ନିଶ୍ଚିହ୍ନ କଲା ସାନଭାଇ

କେନ୍ଦୁଝର : ଜମି ବିବାଦକୁ ନେଇ ଜଘନ୍ୟ କାଣ୍ଡ । ବଡ଼ ଭାଇ ପରିବାରକୁ ବିଭତ୍ସ ଭାବେ ହତ୍ୟା କଲା ସାନ ଭାଇ । ଏଥିରେ ବଡ଼ଭାଇ ଭାଉଜ ସହ ଝିଆରୀ ର ମୃତ୍ୟୁ ଘଟିଛି । ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିଆଳିଝରଣ ଗାଁରେ । ମୃତକ ହେଲେ ବଡ଼ଭାଇ ଜିତେନ୍ଦ୍ର ସୋରେନ,ତାଙ୍କ ପତ୍ନୀ ମାଳତୀ ଏବଂ ତାଙ୍କ ନାବାଳିକା ଝିଅ ମମି ସୋରେନ । ତେବେ ଏଥିରୁ ଜିତେନ୍ଦ୍ରଙ୍କ ଅନ୍ୟ ୨ ଝିଅ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସେହିଭଳି ଅଭିଯୁକ୍ତ ହେଉଛି ଜିତେନ୍ଦ୍ରଙ୍କ ସାନଭାଇ ଲକ୍ଷ୍ମଣ ସୋରେନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହି ଘଟଣାରେ ଜିତେନ୍ଦ୍ରଙ୍କ ବଡ଼ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ହତ୍ୟାକାଣ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଘଟନାନୁସାରେ,କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘସିପୁରା ଥାନା ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗାଁ'ରେ ଜମିବାଡ଼ି ବିବାଦକୁ ନେଇ ଜିତେନ୍ଦ୍ର ଓ ଲକ୍ଷ୍ମଣ ସୋରେନଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି କହଳ ଲାଗି ରହିଥିଲା । ଅନେକ ସମୟରେ ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହୋଇଥିଲେ । ତେବେ ସାଧାରଣ ତନ୍ତ୍ର ଦିବସ ପୂର୍ବଦିନ ଅର୍ଥାତ ରବିବାର ସନ୍ଧ୍ୟାରେ ପୁଣି ଥରେ ଏହି ଘଟଣାକୁ ନେଇ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜିତେନ୍ଦ୍ରଙ୍କ ସାନ ଭାଇ ଲକ୍ଷ୍ମଣ, ଅନ୍ୟଜଣେ ସମ୍ପର୍କୀୟ ଭାଇ ବୈଦ୍ୟନାଥ ସୋରେନ ଓ ତାଙ୍କ ପୁଅ ମିଳିତ ଭାବେ ଆକ୍ରମଣ କରି ପ୍ରଥମେ ଜିତେନ୍ଦ୍ରଙ୍କ ନାବାଳିକା ଝିଅକୁ ହତ୍ୟା କରିବା ପରେ ଭାଇ ଜିତେନ୍ଦ୍ର ଓ ମାଳତୀଙ୍କୁ ଠେଙ୍ଗାରେ ପିଟି ଓ ଟାଙ୍ଗିଆରେ ହାଣି ଅତି ବିଭତ୍ସ ଭାବରେ ହତ୍ୟା କରିଥିଲେ I ଏହି ଭୟଙ୍କର ଘଟଣା ସମୟରେ ଜିତେନ୍ଦ୍ରଙ୍କ ଅନ୍ୟ ୨ ଝିଅ ସେଠାରୁ ଦୌଡ଼ି ପଳାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ସମ୍ବନ୍ଧିତ ଖବର ବେଆଇନ ଖଣି ଖନନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ

ଖାଳିଆମେଣ୍ଟା ନିଆଳିଝରଣ ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ ଲକ୍ଷ୍ମଣ ସୋରେନକୁ ପୋଲିସ ଅଟକ ରଖିଛି ।  ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ପୋଲିସ । ଆଜି କେନ୍ଦୁଝରରୁ ଫରେନସିକ ଟିମ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର ଦେଢ ଶହ ଜନସଂଖ୍ୟା ଥିବା ସମସ୍ତ ଗାଁକୁ ହେବ ପକ୍କା ରାସ୍ତା - ପଞ୍ଚାୟତିରାଜ ମନ୍ତ୍ରୀ

 

Tags: