ସାନଭାଇର ଖଟ କାଠ ମାଡ଼ରେ ବଡ଼ଭାଇର ମୃତ୍ୟୁ

ସାନଭାଇର ଖଟ କାଠ ମାଡ଼ରେ ବଡ଼ଭାଇର ମୃତ୍ୟୁ
Samaya Live News Picture
Published On

ପାଟଣାଗଡ଼ : ପାରିବାରିକ କଳହର ଭୟଙ୍କର ପରିଣତି । ସାମାନ୍ୟ ବଚସା ପରେ ଖଟ କାଠ ରେ ପିଟି ବଡ଼ ଭାଇକୁ ହତ୍ୟା କରିଛି ସାନ ଭାଇ । ଆଜି ଭୋର ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବାଲିପଟା ଗାଁରେ । ମୃତ ବଡ଼ଭାଇଙ୍କ ନାମ ଭୁବନ ମାଝୀ ଏବଂ ଅଭିଯୁକ୍ତ ସାନଭାଇ ଶାନ୍ତ ମାଝୀ । ଏକ ଚୋରି ଘଟଣାରେ ଜେଲ ଯାଇ ନିକଟରେ ଫେରିଥିଲା ଶାନ୍ତ ମାଝୀ । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଘଟନାନୁସାରେ , ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବାଲିପଟା ଗାଁର ଭୁବନ ଓ ଶାନ୍ତ ଘରୁ ଖାଇସାରି ନିଜ କ୍ଷେତ ଘରକୁ ଶୋଇବା ପାଇଁ ଆସିଥିଲେ । ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଶାନ୍ତ ଉତ୍ୟକ୍ତ ହୋଇ ବଡ଼ ଭାଇ ଭୁବନଙ୍କୁ ନିର୍ଘାତ ପିଟିଥିଲା ।  ଘଟଣାସ୍ଥଳରେ ହିଁ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିଲା । ଘଟଣାପରେ ମୃତକଙ୍କ ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସାନଭାଇ ଶାନ୍ତ ମାଝୀକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ଦୁଇ ଭାଇଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଜଣା ପଡିଛି ।

Tags: