ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା
ଜଟଣୀ : ଗାଁ ଦାଣ୍ଡରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଗତ ବିଳମ୍ବିତ ରାତିରେ ଜଟଣୀ ଥାନା ଖୁଦୁପୁର ଛକରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ଖୁଦୁପୁର ଗାଁରେ ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା । ସେ ଡେଲାଙ୍ଗ ହରିରାଜପୁରରେ ଥିବା ଇଲେକ୍ଟ୍ରି ସବ୍ ଷ୍ଟେସନରେ ଆସିଷ୍ଟାଣ୍ଟ୍ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ଗୁରୁତର ଅବସ୍ଥାରେ ଟାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘଟନାନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ଖୁଦୁପୁର ଛକରେ ମାର୍କଣ୍ଡ ଛିଡ଼ା ହୋଇଥିବା ବେଳେ ତାଙ୍କୁ କିଛି ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଥିଲେ । ତେବେ ସେ ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ି ଚାଲିଆସୁଥିବା ବେଳେ ପଛରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ଆକ୍ରମଣ କରି ଫେରାର ମାରିଥିଲେ ଦୁର୍ବୁତ୍ତ । ତାଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରାସ୍ତାରୁ ମାର୍କଣ୍ଡଙ୍କୁ ନେଇ ଏମ୍ସ ହସ୍ପିଟାଲ ରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।




