ପୁରୀ ମେ ଫେୟାର ହୋଟେଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ : ଚକ୍ରତୀର୍ଥ ରୋଡ଼ ସ୍ଥିତ ମେ ଫେୟାର ହୋଟେଲରୁ ଆଜି ଜଣେ ମହିଳା ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣକ ଅଣଓଡ଼ିଆ ହୋଇଥିବା ବେଳେ ସେ ରହୁଥିବା ୧୧୧୧ ରୁମ୍ରେ ରସିଦେଇ ଆତ୍ମହତ୍ୟା କରିଛନ୍ତି । ମୃତା ମହିଳାଙ୍କ ନାଁ ଐଶ୍ଚର୍ଯ୍ୟା ସାହାନାବାଗ ଓ ତାଙ୍କ ଘର ବେଙ୍ଗାଲୁରରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମେଫେୟାର ହୋଟେଲରେ ପିଡବ୍ଲୁଜେ ନାମକ ଏକ ଏନଜିଓର ୱାଟର ରିସୋର୍ସେସ ବୈଠକ ହେବାକୁ […]
ପୁରୀ : ଚକ୍ରତୀର୍ଥ ରୋଡ଼ ସ୍ଥିତ ମେ ଫେୟାର ହୋଟେଲରୁ ଆଜି ଜଣେ ମହିଳା ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣକ ଅଣଓଡ଼ିଆ ହୋଇଥିବା ବେଳେ ସେ ରହୁଥିବା ୧୧୧୧ ରୁମ୍ରେ ରସିଦେଇ ଆତ୍ମହତ୍ୟା କରିଛନ୍ତି । ମୃତା ମହିଳାଙ୍କ ନାଁ ଐଶ୍ଚର୍ଯ୍ୟା ସାହାନାବାଗ ଓ ତାଙ୍କ ଘର ବେଙ୍ଗାଲୁରରେ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମେଫେୟାର ହୋଟେଲରେ ପିଡବ୍ଲୁଜେ ନାମକ ଏକ ଏନଜିଓର ୱାଟର ରିସୋର୍ସେସ ବୈଠକ ହେବାକୁ ଥିବାବେଳେ ମହିଳା ଜଣଙ୍କ ଯୋଗ ଦେଇଥାନ୍ତେ । ଗତକାଲି ରାତିରେ ସେ ନିଜ ପରିବାର ସହ କଥା ହୋଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ବହୁଥର ଫୋନ୍ କଲେ ବି କେହି ଉଠାଇ ନ ଥିଲେ। ଏନେଇ ମହିଳାଙ୍କ ସ୍ୱାମୀ ଆଜି ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଡୁପ୍ଲିକେଟ୍ ଚାବିରେ ରୁମ୍ ଖୋଲିଥିଲେ ହୋଟେଲ କର୍ତ୍ତୃପକ୍ଷ । ରୁମ୍ ଖୋଲିବା ପରେ ମହିଳାଜଣକ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ସମୁଦ୍ରକୁଳ ଥାନା ପୁଲିସ ପହଞ୍ଚି ଘଟଣାର ଛାନବିନ କରୁଛି। ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି। ମୃତା ମହିଳାଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେ କରାଯିବ ବୋଲି ପୁଲିସ ଆଇଆଇସି ସୂଚନା ଦେଇଛନ୍ତି।।




