ସାଇବର ଠକେଇର ଶିକାର ହେଲେ ମହିଳା, ଠକ ଗିରଫ

ସାଇବର ଠକେଇର ଶିକାର ହେଲେ ମହିଳା, ଠକ ଗିରଫ

ଭୁବନେଶ୍ୱର: ସରକାର ଯେତେ ସଚେତନ କଲେ ମଧ୍ୟ ଲୋକେ ସାଇବର ଠକେଇରୁ ନିଜକୁ ରକ୍ଷା କରିପାରୁନାହାଁନ୍ତି । ଟିକେ ଟିକେ ଅସାବଧାନତା ସମ୍ପୂର୍ଣ୍ଣ ଆକାଉଣ୍ଟ ଖାଲି କରିଦେଉଛନ୍ତି ଠକ । ରାଜଧାନୀରେ ପୁଣି ଜଣେ ମହିଳା ଡିଜିଟାଲ ଆରେଷ୍ଟର ଶିକାର। ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ସାଇବର ଠକ ନେଇଗଲା ୩୦ ଲକ୍ଷ ଟଙ୍କା । ପୁରୁଣା ଭୁବନେଶ୍ୱର ଅଞ୍ଚଳର ମହିଳା ଜଣକ ସାଇବର ଠକେଇର ଶିକାର ହୋଇଛନ୍ତି । ଏହି ଘଟଣାରେ ସାଇବର ଥାନା ପୋଲିସ ଆନ୍ଧ୍ର ପ୍ରଦେଶ ତିରୁପତି ଅଞ୍ଚଳର ଜି. ଚିରଞ୍ଜିବୀ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ପୋଲିସ ୨ଟି ମୋବାଇଲ ଫୋନ, ଗୋଟିଏ ATM କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ଏବଂ ଗୋଟିଏ ଆଧାର କାର୍ଡ ଜବତ କରିଛି ।

ସମ୍ବନ୍ଧିତ ଖବର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ

ସୂଚନାନୁସାରେ, ପୁରୁଣା ଭୁବନେଶ୍ୱର ର ଜଣେ ମହିଳାଙ୍କୁ ମହାରାଷ୍ଟ୍ର ମୁମ୍ବାଇରୁ ଏକ କଲ୍ ଆସିଥିଲା । ବ୍ୟକ୍ତି ଜଣକ ନିଜକୁ TRAIର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା ଏବଂ ତାଙ୍କ ସିମ୍ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହି ମହିଳାଙ୍କୁ ଭୟଭୀତ କରାଇଥିଲା । ଠକବ୍ୟକ୍ତି ଜଣକ ମୁମ୍ବାଇର କୋଲାବ ଥାନାରେ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି କହିଥିଲା । ଏହି ସମୟରେ ମହିଳା ଜଣକ ଭୟଭୀତ ହୋଇ ନିଜର ସମସ୍ତ ଟଙ୍କା ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ତାଙ୍କ    ଠାରୁ ୩ଟି ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କା ନେଇ ଯାଇଥିଲା ଠକ । ମହିଳା ଜଣକ ନିଜ ଟଙ୍କା ଫେରି ନପାଇବାରୁ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସାଇବର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମହିଳା । ଅଭିଯୋଗ ପରେ ସାଇବର ଠକକୁ ୟୁପିରୁ ବାନ୍ଧିଛି ପୋଲିସ ।

ସମ୍ବନ୍ଧିତ ଖବର ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

 

ସମ୍ବନ୍ଧିତ ଖବର ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର ୭ ମାଓବାଦୀ ମୃତ

Tags: