ମଦ୍ୟପ ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ମୃତ
ଚାନ୍ଦବାଲି : ପରିବାର ଉଜାଡି ଦେଲା ମଦ ନିଶା । ମଦ୍ୟପ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପାଇକିରାପୁରରେ l ଅଭିଯୁକ୍ତ ମଦ୍ୟପ ସ୍ୱାମୀ ବିଜୟ ପତିଙ୍କୁ ଅଟକ ରଖିଛି ପୋଲିସ l
ଅଭିଯୋଗ ମୁତାବକ କସ୍ତୁରୀକଣ ଗାଁର ଦୁର୍ଯ୍ୟୋଧନ କରଣଙ୍କ ଝିଅ କମଳିନୀଙ୍କୁ ପନ୍ଦର ବର୍ଷ ପୂର୍ବରୁ ପାଇକିରାପୁର ଗାଁର ମାନ ପତିଙ୍କ ପୁଅ ବିଜୟ ପତି ବିବାହ କରିଥିଲେ । ତେବେ ବିଜୟ ଅଧିକାଂଶ ସମୟରେ ମଦ୍ୟପାନ କରୁଥିବାରୁ ପ୍ରାୟ ସମୟ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ । ଗତକାଲି ରାତିରେ ମଦ ନିଶାରେ ବିଜୟ ଘରକୁ ଆସି ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ । ପରେ ଉତ୍ୟକ୍ତ ମଦ ବୋତଲକୁ କମଳିନୀଙ୍କ ପେଟରେ ଭୁସି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ସକାଳୁ ଖବର ଜଣାପଡିବା ପରେ ଗ୍ରାମବାସୀ ଝିଅର ବାପ ଘରକୁ ଖବର ଦେଇଥିଲେ । ଝିଅ ଘର ଲୋକେ ଆସି ଏନେଇ ବିଜୟ ପତିଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି । ସ୍ତ୍ରୀ କୁ ହତ୍ୟା କରିଥିବା ନିଜେ ସ୍ୱାମୀ ପୋଲିସ ସମ୍ମୁଖରେ ମାନିଛି ବିଜୟ ।




