ଡିଜିଟାଲ ଆରେଷ୍ଟ ଆଇଡି ବନ୍ଦ କରିବାକୁ ହ୍ଵାଟ୍ସଆପ୍‌କୁ ନିର୍ଦ୍ଦେଶ

ହ୍ଵାଟ୍ସଆପ୍‌କୁ ଡିଜିଟାଲ୍ ଆରେଷ୍ଟରେ ବ୍ୟବହାର କରୁଥିବା ଡିଭାଇସ୍ ଆଇଡି ବ୍ଲକ୍ ପାଇଁ ସରକାର ନିର୍ଦ୍ଦେଶ

ଡିଜିଟାଲ ଆରେଷ୍ଟ ଆଇଡି ବନ୍ଦ କରିବାକୁ ହ୍ଵାଟ୍ସଆପ୍‌କୁ ନିର୍ଦ୍ଦେଶ
Samaya Live News Picture
Published On

ନୂଆଦିଲ୍ଲୀ:  ହ୍ୱାଟ୍ସଆପ୍ ସମ୍ପର୍କରେ  କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସାଇବର ଅପରାଧୀଙ୍କ ଡିଜିଟାଲ୍ ଆରେଷ୍ଟକୁ ନେଇ ଆକ୍ସନ୍‌ ମୁଡ଼ରେ କେନ୍ଦ୍ର ସରକାର । ହ୍ଵାଟ୍ସଆପ୍‌କୁ ଡିଜିଟାଲ୍ ଆରେଷ୍ଟରେ ବ୍ୟବହାର କରୁଥିବା ଡିଭାଇସ୍ ଆଇଡି ବ୍ଲକ୍ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଡିଜିଟାଲ୍ ଆରେଷ୍ଟରେ ଅଭିଯୁକ୍ତ ସ୍କାମ୍ ପାଇଁ ହ୍ଵାଟ୍ସଆପ୍‌ରେ କଲ୍, ମେସେଜ ଓ ଭିଡିଓ କଲ୍ କରିଥାନ୍ତି । ଏବଂ ନିରୀହ ଲୋକଙ୍କୁ ଡିଜିଟାଲ୍ ଗିରଫ କରି ସେମାନଙ୍କ ଟଙ୍କା ଠକି ନିଅନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ସାଇବର ଶାଖା, ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟରର ଏକ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛି । ସରକାରଙ୍କ ଆଦେଶ ପରେ ଏବେ ହ୍ଵାଟ୍ସଆପ୍‌ରେ ସ୍କାଇପେ ଭଳି ସୁରକ୍ଷା ଫିଚର୍ସ ଲାଗୁ କରିବାକୁ ବିଚାର କରାଯାଉଛି । ଆଇଟି ରୁଲ୍ସ ୨୦୨୧ ଅନୁସାରେ, ଡିଲିଟ୍ କରାଯାଇଥିବା ଆକାଉଣ୍ଟ ତଥ୍ୟ ୧୮୦ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ଗୁରୁତ୍ଵ ଦିଆଯାଉଛି । ଫଳରେ ତଦନ୍ତକାରୀ ଏଜେନ୍ସି ଏହାର ବ୍ୟବହାର କରିପାରିବେ । ବିପଜ୍ଜନକ APK ଓ ନକଲି ଆପ୍ଲିକେସନ ଚିହ୍ନଟ କରି ବନ୍ଦ କରାଯାଇ ପାରିବ ।

ରିପୋର୍ଟ ଅନୁଯାୟୀ, ଠକମାନେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପରେ ଆକାଉଣ୍ଟ ତିଆରି କରନ୍ତି । ଏବଂ ଲୋକଙ୍କୁ ଡିଜିଟାଲ୍ ଭାବରେ ଗିରଫ କରିବା ପାଇଁ ହ୍ୱାଟ୍ସଆପ୍ ଫୋନ୍ ଏବଂ ଭିଡିଓ କଲ୍ କରନ୍ତି। ତା’ପରେ ସେମାନେ ମେସେଜ୍ ପଠାନ୍ତି ଏବଂ ଲୋକମାନଙ୍କୁ ନିଜ ଫାଶରେ ଫସାଇ ଦିଅନ୍ତି। ପ୍ରତ୍ୟେକ ନୂତନ ଠକେଇ ପାଇଁ ସେମାନେ ନୂତନ ଆଇଡି ସୃଷ୍ଟି କରନ୍ତି। ତେଣୁ, ଯେଉଁଥିରେ ବାରମ୍ବାର ହ୍ୱାଟ୍ସଆପ୍ ଆଇଡି କରାଯାଇଥାଏ କେବଳ ସେହି ଫୋନ୍ ଗୁଡିରେ ହ୍ୱାଟ୍ସଆପ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

 

Tags: