ଯୁବକଙ୍କୁ ହତ୍ୟା ପରେ ପୋଡି ଦେଲେ ଗାଁ ଲୋକେ

ଯୁବକଙ୍କୁ ହତ୍ୟା ପରେ ପୋଡି ଦେଲେ ଗାଁ ଲୋକେ
Samaya Live News Picture
Published On

ନରସିଂହପୁର : କଟକ ମାଣିଆବନ୍ଧ ଗାଁ ରେ ବିଭତ୍ସକାଣ୍ଡ । ତାଳମୁଣ୍ଡଳୀ ଶବରସାହି ଗାଁରେ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା କରି ପୋଡିଦେଲେ । ମୃତକ ହେଉଛନ୍ତି ଟିକନ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକନକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ପରେ ଗାଁର ୨୩ ଜଣଙ୍କୁ ଉଠାଇନେଇଛି ମାଣିଆବନ୍ଧ ପୋଲିସ । ସମସ୍ତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଘଟଣା ପରେ ଗାଁ ପୁରୁଷଶୁନ୍ୟ ହୋଇଯାଇଛି । ଅନ୍ୟପଟେ  ବଡମ୍ବା ଓ ମାଣିଆବନ୍ଧ ଥାନା ସମ୍ମୁଖରେ ପ୍ରତିବାଦ କରିଛନ୍ତି ଶତାଧିକ ମହିଳା ।

Tags: