ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଗଲେ ବିକ୍ରମ ପଣ୍ଡା

ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଗଲେ ବିକ୍ରମ ପଣ୍ଡା

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଥରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ବ୍ରହ୍ମପୁର ଜେଲରେ ଥିବା ବିକ୍ରମ ପଣ୍ଡା ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଗଲ୍ ବ୍ଲାଡର ଷ୍ଟୋନ ଓ ପାଇଲସ ଥିବା ଜଣାପଡିଛି । ଗତ ୨ ଦିନ ପୂର୍ବରୁ ମଧ୍ୟ ଥରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କୋର୍ଟର ଅନୁମତି ପରେ ଆଜି ଏମକେସିଜି ମେଡିକାଲରେ ସେ ଭର୍ତ୍ତି ହୋଇଛନ୍ତି । ବିକ୍ରମଙ୍କୁ ମେଡ଼ିସିନ କିମ୍ବା ସର୍ଜରୀ ବିଭାଗର ୱାର୍ଡରେ ଭର୍ତ୍ତି କରାଯିବ ।  

ସମ୍ବନ୍ଧିତ ଖବର ହ୍ଵାଟ୍ସଆପ ରେ ମିଳିବ ରାଜସ୍ବ ସେବା - ମନ୍ତ୍ରୀ

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଛନ୍ତି I ତାଙ୍କ ସହ ଅନ୍ୟ ୧୬ ଅଭିଯୁକ୍ତ ମଧ୍ୟ ଜେଲରେ ଅଛନ୍ତି I ବିକ୍ରମଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇ ମଧ୍ୟ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମଦନଙ୍କ ଗୋଡ଼ରେ ପୂର୍ବରୁ ହୋଇଥିବା ଅସ୍ତ୍ରୋପଚାରରେ ସମସ୍ୟା ଯୋଗୁ ତାଙ୍କୁ ଏମକେସିଜି ଅଣାଯାଇଛି । ଏମକେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ମଦନଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । 

ସମ୍ବନ୍ଧିତ ଖବର ସୁନା-ରୂପା ମୂଲ୍ୟ ବୃଦ୍ଧି,ଚିନ୍ତାରେ ଗ୍ରାହକ

Tags: