ବିକ୍ରମ ପଣ୍ଡା ହତ୍ୟା ମାମଲା,୫ ଜଣଙ୍କ ରାୟ ସଂରକ୍ଷିତ
By: Samaya Live News
ବ୍ରହ୍ମପୁର : ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହିତ ଅନ୍ୟ ୫ଜଣଙ୍କ ଜାମିନ୍ ରାୟ ସଂରକ୍ଷିତ ରହିଛି । ବିଜେଡି ନେତା ମଦନ ଦଳେଇ, ସହଯୋଗୀ ଶୂନ୍ୟ ଚନ୍ଦ୍ର ଦାସ, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖିଛିଛନ୍ତି ଜିଲ୍ଲାଦୌରା ଜଜ୍ କୋର୍ଟ । ଜିଲ୍ଲା ଦୌରା ଜଜ୍ କୋର୍ଟରୁ ଏଡିଜେ-୩କୁ ମାମଲା ସ୍ଥାନାନ୍ତରିତ ହୋଇଛି । ଆସନ୍ତା ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
Read More ନନ୍ଦନକାନନକୁ ଆସିଲେ ୧୯ ନୂଆ ଅତିଥି
ଏନେଇ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଲିସ କୋର୍ଟରେ କେସ୍ ଡାଏରୀ ଦାଖଲ କରିଛି । ଗତ ଅକ୍ଟୋବର କୁମାର ପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ବିକ୍ରମ ପଣ୍ଡାଙ୍କ ସହ ୧୬ଜଣଙ୍କୁ ଗିରଫ କରିଛି ।
Tags:


