ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜିବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୁଣି ଥରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଜେଲ ଭିତରେ ଥାଇ ସାକ୍ଷୀଙ୍କୁ ଧମକ ଚମକ ତଥା ପ୍ରଲୋଭିତ କରିବା ଅଭିଯୋଗରେ ଗୋଶାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ । ସେପ୍ଟେମ୍ବର ୧ରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ବେଲ୍ ମିଳିବା ପରେ ସେଦିନ ଥାନାରେ ଏତଲା ଦେଇଥିଲେ ଲଳିତ । ଆଇନଜୀବୀଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଥିଲା ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସର୍ତ୍ତମୂଳକ ଜାମିନରେ ଆସିବା ପରେ, ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଜେଲ୍ ଭିତରୁ ଜଣେ ଡାକ୍ତରଙ୍କ ଫୋନ୍ ମାଧ୍ୟମରେ ଧମକାଇବା ନେଇ ତାଙ୍କ ବିରୋଧରେ ଗୋଷାଣୀ ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।
ସୂଚନାନୁସାରେ, ୨୦୨୫ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ବ୍ରହ୍ମପୁର ସହରର ବୈକୁଣ୍ଠ ନଗର ଛକ ବୁଲାଣିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘରଠାରୁ ମାତ୍ର ଶହେ ମିଟର ଦୂରରେ ଦୁଇଜଣ ଦୁର୍ବୃତ୍ତ ବାଇକ ରେ ଆସି ଗୁଳି କରି ହତ୍ୟା କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୪ଜଣ ଅଭିଯୁକ୍ତ ଜେଲରେ ଥିବା ବେଳେ ବିକ୍ରମ ପଣ୍ଡାଙ୍କ ସହିତ ଅନ୍ୟ ଜଣେ ଅଭିଯୁକ୍ତଂକୁ ସର୍ତ୍ତ ମୂଳକ ଜାମିନ ମିଳିଛି ।




