ବରିଷ୍ଠ ରାଜସ୍ବ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରିଷ୍ଠ ରାଜସ୍ବ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Samaya Live News Picture
Published On

ସମ୍ବଲପୁର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲଗାତାର ଭାବରେ ଜଣେ ପରେ ଜଣେ ସରକାରୀ ବାବୁଙ୍କୁ ଧରୁଛି ଭିଜିଲାନ୍ସ । ସେହିପରି ଆଜି ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏକକାଳୀନ ବାସୁଦେବ ଭୋଇଙ୍କ ସମ୍ବଲପୁର ଏବଂ ବରଗଡସ୍ଥିତ ୪ଟି ବାସଭବନରେ ଚଢଉ କରାଯାଉଛି। ବରଗଡ, ସମ୍ବଲପୁରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଚାଲିଛି। ବରଗଡରେ ଥିବା ଆବାସିକ ଦୁଇ ମହଲା କୋଠା, ସମ୍ବଲପୁର ଚାରଭାଟିରେ ଥିବା କୋଠା, ବରଗଡରେ ଥିବା ପୈତୃକ ଘର, ସମ୍ବଲପୁରରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଉଛି। ଦୁଇ ଡିଏସ୍‌ପି ଓ ୮ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀମାନେ ଚଢଉରେ ସାମିଲ ଅଛନ୍ତି।

 

 

Tags: