ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Samaya Live News Picture
Published On

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଭବାନୀପାଟଣା ରେଞ୍ଜ ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଅଛନ୍ତି ଭାଗବତ ଭୂଷଣ ବେହେରା ।ଆଜି ସକାଳ ୬ଟାରୁ ଏକକାଳୀନ ଭିଜିଲାନ୍ସର ୩ଟି ଟିମ୍ ଚଢ଼ାଉ ଜାରି ରଖିଛି । ଭାଗବତ ଭୁଷଣଙ୍କ ଦେଉଣ୍ଡି ଗାଁ ପୈତୃକ ଘର, ଭବାନୀପାଟଣା ସ୍ଥିତ ବାସଭବନ ଏବଂ ଭଟାଙ୍ଗପଦର ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ।

ଚଢ଼ାଉରେ ୪ ଡିଏସପି, ୭ ଇନିସ୍ପେକ୍ଟର, ୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମୁଦାୟ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

 

Tags: