ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ବର୍ଷ ଶେଷ ହେବା ବେଳକୁ ଆକ୍ସନ ମୁଡ଼ରେ ଭିଜିଲାନ୍ସ ବିଭାଗ । ପ୍ରତିଦିନ ଜଣେ ପରେ ଜଣେ ସରକାରୀ ବାବୁ ଜାଲରେ ପଡୁଛନ୍ତି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟର ବନ ବିଭାଗ ଫରେଷ୍ଟର ଶ୍ରୀ ନିରଞ୍ଜନ ଶତପଥୀଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ନିରଞ୍ଜନଙ୍କ ୫ ଠିକଣାରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ଝାରପଡ଼ାରେ ଦୁଇଟି ତିନି ମହଲା ଘର, ଜଗତସିଂହପୁର ମୁକୁନ୍ଦପୁରରେ ଥିବା ପୈତୃକ ଘର, କୋରାପୁଟ ସେମିଳିଗୁଡ଼ା ଅଫିସ ଓ କ୍ବାଟର୍ସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏଥିରେ ୬ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଜଗତସିଂହପୁର ଏବଂ କୋରାପୁଟ ଜିଲା ୫ଟି ସ୍ଥାନରେ ଚଢାଉ ହୋଇଛି । ଚଢାଉ ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ବିପୁଳ ସୁନା ଗହାଣା, ନଗଦ ଟଙ୍କା ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ହାସଲ ହୋଇପାରି ନାହିଁ I



