ଧରାପଡିଲେ କୋଟିପତି ସହକାରୀ ଯନ୍ତ୍ରୀ

କେନ୍ଦୁଝର: ମାର୍ଚ୍ଚ ୨୨: କେନ୍ଦୁଝର ବୈତରଣୀ କେନାଲ ଡିଭିଜନ୍ର ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଘର, ଅଫିସ, କ୍ୱାର୍ଟର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ ତରୁଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଭିଜିଲାନ୍ସର ୮ଟି ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି।ଉମେଶଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ କ୍ୱାର୍ଟର, କେନ୍ଦୁଝର ଜିଲ୍ଲା ହାଟିଡିହି ବ୍ଲକର ନନ୍ଦିପଦା ବେକ୍ତିରାରେ ଥିବା ପୈତୃକ ବାସଭବନ, ଯାଜପୁର କୁଆଖିଆ […]

Samaya Live Picture
Published On

କେନ୍ଦୁଝର: ମାର୍ଚ୍ଚ ୨୨: କେନ୍ଦୁଝର ବୈତରଣୀ କେନାଲ ଡିଭିଜନ୍ର ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଘର, ଅଫିସ, କ୍ୱାର୍ଟର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ ତରୁଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଭିଜିଲାନ୍ସର ୮ଟି ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି।ଉମେଶଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ କ୍ୱାର୍ଟର, କେନ୍ଦୁଝର ଜିଲ୍ଲା ହାଟିଡିହି ବ୍ଲକର ନନ୍ଦିପଦା ବେକ୍ତିରାରେ ଥିବା ପୈତୃକ ବାସଭବନ, ଯାଜପୁର କୁଆଖିଆ ମଠସାହିରେ ଥିବା ଶ୍ୱଶୁର ଘର, ଭଦ୍ରକର ଅପର୍ତ୍ତିବିନ୍ଧାରେ ସ୍ତ୍ରୀଙ୍କ ନାଁରେ ଥିବା ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ, ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳରେ ଥିବା ପ୍ଲଟ, କେନ୍ଦୁଝର ଆନନ୍ଦପୁରର ଶୁଡୁଶୁଡ଼ଇାରେ ଥିବା ପ୍ଲଟ ଉପରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ଚଢ଼ଉ ଜାରି ରହିଥିବାରୁ ତାଙ୍କର ମୋଟ୍ ସଂପତ୍ତିର ଆକଳନ କରାଯାଇନାହିଁ।