ଆଗାମୀ ଦିନରେ ଅଧିକ ତୀବ୍ର ହେବ ଭିଜିଲାନ୍ସ ଚଢ଼ାଉ - ମନ୍ତ୍ରୀ

ଆଗାମୀ ଦିନରେ ଅଧିକ ତୀବ୍ର ହେବ ଭିଜିଲାନ୍ସ ଚଢ଼ାଉ - ମନ୍ତ୍ରୀ

ଭୁବନେଶ୍ୱର : କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର । ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ।

ସମ୍ବନ୍ଧିତ ଖବର ଅର୍ଥନୈତିକ ସର୍ଭେ ରିପୋର୍ଟ,ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

ମନ୍ତ୍ରୀ ରୋକ୍‌ଠୋକ୍ ଶୁଣାଇଛନ୍ତି ଦୁର୍ନୀତି ବିରୋଧରେ ଆମ ସରକାରର ଶୂନ୍ୟ ସହନଶୀଳତା ନୀତି ରହିଆସିଛି । ଯିଏ ଦୁର୍ନୀତି କରିବେ ସେ ଅସୁବିଧାରେ ପଡିବେ । ସେଇ ଆଧାରରେ ସରକାର ଆଗେଇ ଚାଲିଛନ୍ତି । ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର ହେଉ, କରପ୍ଟ ପ୍ରାକ୍ଟିସ ବନ୍ଦ ହେଉ । ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ।

ସମ୍ବନ୍ଧିତ ଖବର କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ - ଧର୍ମେନ୍ଦ୍ର ପ୍ରଧାନ

ସୂଚନାନୁସାରେ, ଖଣି ଅଧିକାରୀଙ୍କ ଘରେ ଟଙ୍କାର ଖଣି I ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ । କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ କରାଯାଇଛି । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ସମ୍ବନ୍ଧିତ ଖବର ଏପ୍ରିଲ ୧ରୁ ରାଜ୍ୟରେ ଆରମ୍ଭ ହେବ ଏସଆଇଆର

ପାଖାପାଖି ୧୩୦ ଗ୍ରାମ୍ ସୁନା ମିଳିଛି ବାବୁଙ୍କ ଘରୁ । ଜଣେ ବାବୁଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଉଛି । ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।

ସେପଟେ,ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Tags: