ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ

ଆତ୍ମସମର୍ପଣ  କଲେ ବିଦ୍ୟାଭାରତୀ
Samaya Live News Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଆତ୍ମସମର୍ପଣ କରିଛନ୍ତି  ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ପାଇଁ ଆତ୍ମସମର୍ପଣର ଆଜି ଥିଲା ଶେଷ ତାରିଖ । ଆତ୍ମସମର୍ପଣ ପରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ । ପୂର୍ବରୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ କୋର୍ଟରେ ହାଜର ହେବା ପାଇଁ ବାଧ୍ୟ ହୋଇଛନ୍ତି । ଏହି ମାମଲାରେ ଜଡ଼ିତ ଥିବା ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ମଧ୍ୟ ଗତ ଜୁଲାଇ ମାସରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ୨୦୨୧ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ସରକାରୀ ବାସ ଭବନରେ ସନ୍ଦେହଜନକ ଭାବରେ ପୋଡି ହୋଇ ମୃତ୍ୟୁ ବାରଣ କରିଥିଲେ ଏସିଏଫ ସୌମ୍ୟରଂଜନ ମହାପାତ୍ର ।

ସୂଚନାନୁସାରେ, ଗତ ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟ ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଆବେଦନକୁ ଖାରଜ କରିଦେବା ସହ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିବା ପାଇଁ ଅନୁମତି ଦେଇ ମାମଲାର ଅନ୍ତ ଘଟାଇଥିଲେ । ଫଳରେ ସୁପ୍ରିମକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କୁ କୌଣସି ପ୍ରକାର ସୁରକ୍ଷା ମିଳିନଥିଲା । ସୁପ୍ରିମ୍‌କୋର୍ଟ ଆଦେଶ ଅନୁସାରେ ବିଦ୍ୟାଭାରତୀ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରୁ ଆଗୁଆ ଜାମିନ ନମିଳିବାରୁ ଆଜି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି ବିଦ୍ୟାଭାରତୀ ।

 

Tags: