ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟା

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଚିକିତ୍ସାଧୀନ ଅବସ୍ଥାରେ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କ ମୃତ୍ୟୁ ହୋଇଯାଇଛି । ଗତ ୧୫ ତାରିଖ ଦିନ ବନମାଳୀଙ୍କୁ  ଘରୁ ଟାଣି ଆଣି ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି । 

ଘଟନାନୁସାରେ , କମେଣ୍ଟ ମରାକୁ ନେଇ ଗତ ୧୫ ତାରିଖ ଦିନ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କୁ ଘରୁ ଘୋଷାଡ଼ି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ ଅଭିଯୁକ୍ତ ଆଦିତ୍ୟ ଲେଙ୍କା ଏବଂ ସୁଶୀଲ ସ୍ୱାଇଁ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି କଟକ ବଡ଼ ମେଡକାଲ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ହତ୍ୟା ଘଟଣାର ଆଦିତ୍ୟ ଲେଙ୍କାକୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶୀଲ ସ୍ୱାଇଁ ଫେରାର ରହିଛି । ଫେରାର ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ କରୁଛି ପୋଲିସ। 

 

Tags: