ଉନ୍ନାଓ ଦୁଷ୍କର୍ମ ମାମଲା,କୁଲଦୀପ ସିଂ ସେଙ୍ଗରଙ୍କୁ ଶକ୍ତ ଝଟକା

ଉନ୍ନାଓ ଦୁଷ୍କର୍ମ ମାମଲା,କୁଲଦୀପ ସିଂ ସେଙ୍ଗରଙ୍କୁ ଶକ୍ତ ଝଟକା

ନୂଆଦିଲ୍ଲୀ : ଉନ୍ନାଓ ଦୁଷ୍କର୍ମ ମାମଲା । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଲେ ସୁପ୍ରୀମକୋର୍ଟ । ଫଳରେ ଅଭିଯୁକ୍ତ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ରେ ଚାଲିଛି ଉନ୍ନାଓ ଦୁଷ୍କର୍ମ ମାମଲାର ଶୁଣାଣି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତା ଦର୍ଶାଇଛନ୍ତି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ସେଙ୍ଗରଙ୍କୁ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

ସମ୍ବନ୍ଧିତ ଖବର ପାଣି ନୁହେଁ, ବିଷ : ସଂକ୍ରମିତ ଜଳ ମୃତ୍ୟୁ ପାଇଁ ଇନ୍ଦୋର ଅଧିକାରୀଙ୍କୁ ରାହୁଲଙ୍କ ସମାଲୋଚନା

୨୦୧୭ ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା ଦେଶରେ ଚହଳ ପକାଇଥିଲା । ସେହି ସମୟରେ ଉନ୍ନାଓ ବିଧାୟକ କୁଲଦୀପ ସିଂଙ୍କ ସମ୍ପୃକ୍ତି ଥିବା ନେଇ ପୀଡିତା ମାମଲା ଦାୟର କରିଥିଲେ । ମାମଲାରେ ସିବିଆଇ ତଦନ୍ତ ହୋଇଥିଲା । ୨୦୧୯ ଡିସେମ୍ବର ଦିଲ୍ଲୀର ଟ୍ରାଏଲ କୋର୍ଟ ସେଙ୍ଗରଙ୍କୁ ଆଜୀବନ ସଜ୍ଜା ଶୁଣାଇଥିଲେ । ଏହା ସହିତ ପୋକ୍ସୋ ଆଇନ ଏବଂ ଆଇପିସି (ବର୍ତ୍ତମାନ ବିଏନଏସ) ଧାରା ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୨୫ ଡିସେମ୍ବର ୨୫ରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗରଙ୍କ ଦଣ୍ଡାଦେଶ ସସପେଣ୍ଡ କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଅନ୍ୟପଟେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କ ହତ୍ୟା ମାମଲାରେ ସେଙ୍ଗର ଆଜୀବନ ସଜ୍ଜା କାଟୁଛି ।  

ସମ୍ବନ୍ଧିତ ଖବର ନୟାପଲ୍ଲୀ ବବ୍ଲୁ ହତ୍ୟାକାଣ୍ଡ,୫ ଗିରଫ

ତେବେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ସଲିସିଟର ଜେନେରାଲ ତୁଷାର ମେହତା ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ସିବିଆଇ କହିଥିଲା ଯେ ହାଇକୋର୍ଟଙ୍କ ନିଷ୍କର୍ଷ ଭୁଲ, ସେନଗରଙ୍କୁ ଜାମିନ ଦେବା ଅନୁଚିତ । 

ସମ୍ବନ୍ଧିତ ଖବର କର୍ଣ୍ଣାଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

 

 

Tags: