୪୦୦ ଗ୍ରାମର ବ୍ରାଉନ ସୁଗର ସହ ବେପାରୀ ଗିରଫ

୪୦୦ ଗ୍ରାମର ବ୍ରାଉନ ସୁଗର ସହ ବେପାରୀ ଗିରଫ
Samaya Live News Picture
Published On

ଭୁବନେଶ୍ୱର : କମିଶନରେଟ ପୁଲିସ ହାତରେ ଧରାପଡିଲା ଧଳା ଯାହାର ବେପାରୀ I ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଆକବର । ତାଙ୍କୁ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଷ୍ଟେସନ ଅଂଚଳରୁ  ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ I ତା' ନିକଟରୁ ୪୦୦ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଛି I ଯାହାର ଆନୁମାନିକ ମୁଖ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି I 

ସେକ ଆକବର ବାଲେଶ୍ୱର ସହଦେଵଖୁଣ୍ଟା ଅଞ୍ଚଳରେ ନିଶା ବେପାର କରୁଥିଲା। ଏହି ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ସେକ ସଦିକ ଜଣେ ଆନ୍ତରାଜ୍ୟ ନିଶା ମାଫିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବାଲେଶ୍ୱର ଜଳେଶ୍ୱର ଧଳାଜହର ହବରୁ ନିଶା ଆଣି ଅନ୍ୟ ସହରକୁ ଚାଲାଣ କରୁଥିଲା  ।

 

Tags: