ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ,ମାଟିରେ ମିଶିଲା ୬ ଅଭିଯୁକ୍ତଙ୍କ ଘର

ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ,ମାଟିରେ ମିଶିଲା ୬ ଅଭିଯୁକ୍ତଙ୍କ ଘର
Samaya Live News Picture
Published On

ରାଉରକେଲା : ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ଘଟଣା । ରାଉରକେଲା ପୋଲିସ ର ବଡ଼ କାର୍ଯ୍ୟାନୁଷ୍ଠାନ । ମାଟିରେ ମିଶାଇଲା ୬ ଅଭିଯୁକ୍ତଙ୍କ ଘର । ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଅନୁସରଣ କରି ପୁଲିସ ଅଭିଯୁକ୍ତମାନଙ୍କ ଘର ଉପରେ ବୁଲ୍‌ଡୋଜର ଚଳାଇଛି । ରାଉରକେଲା ପ୍ରଶାସନ ଓ ପୁଲିସର ମିଳିତ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ପୂର୍ବରୁ, ଜିଲ୍ଲା ପ୍ରଶାସନ ସମ୍ପତ୍ତିଗୁଡ଼ିକୁ ବ୍ୟାରିକେଡ୍ କରିଥିଲା ​​ଏବଂ ଭଙ୍ଗା ପୂର୍ବରୁ ଘର ଖାଲି କରିବାକୁ ୫ ଦିନିଆ ନୋଟିସ୍ ଜାରି କରିଥିଲା । ପୂର୍ବ ଶତ୍ରୁତା ପାଇଁ ସେକ୍ଟର ୬ ତୋଫାନ ବିନ୍ଧାଣୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଥିବାବେଳେ ଆଉ ୩ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । 

ଅନ୍ୟପଟେ, ଏହି ମାମଲାରେ ଫେରାର ଥିବା ଆଉ ୩ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ତନାଘନା ଚଳାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ସମ୍ଭାବ୍ୟ ଲୁଚିଥିବା ସ୍ଥାନଗୁଡ଼ିକରେ ତଲାସି ଜାରି ରହିଛି । ତୋଫାନ ବିନ୍ଧାଣୀ ହତ୍ୟା ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ, ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ପୁଲିସ କଡ଼ା ନଜର ରଖିଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ ବୋଲି ପୁଲିସ ସ୍ପଷ୍ଟ କରିଛି ।

 

Tags: