ଟପ ମାଓନେତା ଦେବଜୀ ଏବଂ ରାଜିରେଡ଼ିଙ୍କ ଆତ୍ମସମର୍ପଣ
ଭୁବନେଶ୍ବର: ଭୁସୁଡୁଛି ଲାଲ ଗଡ଼ । ଧୀରେ ଧୀରେ ମୂଳପୋଛ ହେଉଛନ୍ତି ମାଓବାଦୀ । ପୋଲିସ ଗୁଳିରେ ନିପାତ ହେବା ପୂର୍ବରୁ ଅସ୍ତ୍ର ତ୍ୟାଗ କରି ଧୀରେ ଧୀରେ ମୁଖ୍ୟସ୍ରୋତ ଆଡକୁ ମୁହାଉଁଛନ୍ତି ନକ୍ସଲ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ମୁକ୍ତ ଅଭିଯାନ ପୂର୍ବ ନିର୍ଦ୍ଧାରିତ ସମୟସୀମା ମାର୍ଚ୍ଚ ୨୦୨୬ ପୂର୍ବରୁ ମାଓ ସଂଗଠନକୁ ଶକ୍ତ ଝଟକା । ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ବଡ଼ ମାଓ ନେତା ଦେବଜୀ ଏବଂ ମଲ୍ଲା ରାଜିରେଡ଼ି ତେଲେଙ୍ଗାନା ପୁଲିସ ଏସଆଇବି ନିକଟରେ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ରୀୟ ନକ୍ସଲ ସଂଗଠନର ସାଧାରଣ ସମ୍ପାଦକ ଦେବଜୀ ଓରଫ ଟିପରି ତିରୁପତି , କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜିରେଡ଼ି ଏବଂ ସଂଗ୍ରାମଙ୍କ ଅନ୍ୟ ୧୩ ଜଣ ହାର୍ଡକୋର ନକ୍ସଲ ସମେତ ମୋଟ ୧୬ ଜଣ ମାଓବାଦୀ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତ କିଛି ଦିନ ପୂର୍ବରୁ ଅପରେସନ କାଗାର -୨ ବେଳେ ଦେବଜୀ ଏବଂ ରାଜିରେଡ଼ିଙ୍କୁ ଟାର୍ଗେଟ କରି ଆରମ୍ଭ କରାଯାଇଥିଲା । ତେବେ ଏହି ୨ ଜଣଙ୍କ ଆତ୍ମ ସମର୍ପଣ ପରେ ଅପରେସନ ଏବେ ସଫଳ ହେବାକୁ ଯାଉଛି ।



