ବାଘ ମୃତ୍ୟୁ ଘଟଣା,୬ ଗିରଫ ଚଢ଼ାଉ ଜାରି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ ଅଦ୍ୟାବଧି ପୋଲିସ ୬ ଜଣଙ୍କୁ ଗିରଫ କରିବା ସହିତ ଚଢ଼ାଉ ଜାରି ରଖିଛି I ବାଘପାଲି ଚନ୍ଦଲି ଜଙ୍ଗଲରୁ ଗତ ମଙ୍ଗଳବାର ଉଲୁଣ୍ଡା ବନ ବିଭାଗ ଏକ କଲରାପତରିଆ ବାଘର ଗଳିତ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ବନ ବିଭାଗ ହାତରେ ଧରାପଡିଥିବା ୬ ଜଣ ଙ୍କ ମଧ୍ୟରେ ବାଘପାଲି ମଠର ମଠାଧୀଶ ଦାନବିହାରୀ ଶରଣ ଓରଫ ଦୟାସାଗର ଥାର୍ଟି ରହିଛନ୍ତି […]

Samaya Live Picture
Published On

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ ଅଦ୍ୟାବଧି ପୋଲିସ ୬ ଜଣଙ୍କୁ ଗିରଫ କରିବା ସହିତ ଚଢ଼ାଉ ଜାରି ରଖିଛି I ବାଘପାଲି ଚନ୍ଦଲି ଜଙ୍ଗଲରୁ ଗତ ମଙ୍ଗଳବାର ଉଲୁଣ୍ଡା ବନ ବିଭାଗ ଏକ କଲରାପତରିଆ ବାଘର ଗଳିତ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ବନ ବିଭାଗ ହାତରେ ଧରାପଡିଥିବା ୬ ଜଣ ଙ୍କ ମଧ୍ୟରେ ବାଘପାଲି ମଠର ମଠାଧୀଶ ଦାନବିହାରୀ ଶରଣ ଓରଫ ଦୟାସାଗର ଥାର୍ଟି ରହିଛନ୍ତି I ଏହା ସହ ସୁରେନ୍ଦ୍ର ପଧାନ, ବିଜୁ ଗୁରୁ, ରାମଚନ୍ଦ୍ର ପୁରୋହିତ, ପୁରନ୍ଦର ଥାର୍ଟି, ସତ୍ୟନାରାୟଣ ମେହେର ଙ୍କୁ ଗିରଫ କରାଯାଇଛି I ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଠାରୁ ମୃତ ବାଘର ନଖ, ଦାନ୍ତ ଓ ପାଦ ଜବତ ହୋଇଛି। ହେଲେ ସବୁ ନଖ ଏ ଯାଏ ଜବତ ହୋଇ ନ ଥିବାରୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି।

ସୂଚନା ଅନୁସାରେ, ବାଘକୁ ମାରିବା ପାଇଁ ଅଭିଯୁକ୍ତ ମାନେ ବିଦ୍ୟୁତ ତାର ବିଛାଇଥିଲେ I ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଟିର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଶିକାରୀମାନେ ବାଘର ନଖ କାଟି ଫେରାର ହୋଇ ଯାଇଥିଲେ। ସୋନପୁରର ଏସିଏଫ୍‌ ପ୍ରଫୁଲ୍ଲ ଧରୁଆଙ୍କ ନିର୍ଦେଶକ୍ରମେ ଉଲୁଣ୍ଡା ବନପାଳ ପ୍ରସନ୍ନ ନାୟକ, ବନପାଳ ଜଗବନ୍ଧୁ ବାରିକ, ସୁନୀଲ ତରିଆ, ପିପଲ କଟା ସାମିଲ ହୋଇଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ମୃତ ବାଘର ନଖ ଉଦ୍ଧାର କରାଯାଇଛି ବୋଲି ଏସିଏଫ ଶ୍ରୀ ଧରୁଆ ସୂଚନା ଦେଇଛନ୍ତି।