ମାଓମୁକ୍ତ ହେବ ରାଜ୍ୟ, ଦିନକରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଓମୁକ୍ତ ହେବ ରାଜ୍ୟ, ଦିନକରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ
Samaya Live News Picture
Published On

ଭୁବନେଶ୍ୱର: ଭୁସୁଡୁଛି ଲାଲ ଦୁର୍ଗ । ମାଓମୁକ୍ତ ହେବ ରାଜ୍ୟ । ସଂଗଠନରୁ ମୁହଁ ଫେରାଇ ମୁଖ୍ୟସ୍ରୋତ ଆଡକୁ ମୁହାଉଁଛନ୍ତି ସଦସ୍ୟ । ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ଦିନକରେ ୧୯ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ । ବଂଶଧାରା-ଘୁମୁସର-ନାଗାବଳୀ (BGN) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଏବଂ କଳାହାଣ୍ଡି- କନ୍ଧମାଳ-ବୌଦ୍ଧ-ନୟାଗଡ଼ (KKBN) ଡିଭିଜନର ମାଓ କ୍ୟାଡର ରହିଛନ୍ତି । ଏମାନଙ୍କ ମଧ୍ୟରେ ମାଓ ଦମ୍ପତ୍ତି ନିଖିଲ୍ (ନିରଞ୍ଜନ ରାଉତ) ଓ ଅଙ୍କିତା(ଇନ୍ଦୁ,ରଶ୍ମିତା)ରହିିଛନ୍ତି ।

ଅନ୍ୟପଟେ କନ୍ଧମାଳ ଏସ୍‌ପିଙ୍କ ନିକଟରେ ୪ ଜଣ ମାଓବାଦୀ ନିଜନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଏବଂ ଏମାନେ ସମସ୍ତେ କେକେବିଏନ୍‌ ମାଓ ଡିଭିଜନରେ ସକ୍ରିୟ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ- ଗଙ୍ଗା କୁଞ୍ଜାମି ଓରଫ ଜିତେନ (୨୪), ମୁଚାକି ମାସେ ଓରଫ ସୁମିତ୍ରା (୨୩), ଚୋମାଲି କୁଞ୍ଜମ ଓରଫ ଶାନ୍ତିଲା (୨୧) ଏବଂ ବାନ୍ଦୀ ମାଡ୍‌ୱୀ ଓରଫ ମାଳତୀ (୨୨)।

ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିପାତ କରିବା ଦିଗରେ ଓଡ଼ିଶା ପୋଲିସ ଦୃଢ଼ ସଙ୍କଳ୍ପବଦ୍ଧ । ଏହି ଲକ୍ଷ୍ୟ ପୂରଣ ପାଇଁ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଓ ବିରୋଧୀ ଅଭିଯାନକୁ ଅଧିକ ଜୋରଦାର ଓ ପ୍ରଭାବଶାଳୀ କରାଯାଉଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର (ଆଜି) ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ, ପୋଲିସ ଡିଜି ଖୁରାନିଆ କହିଛନ୍ତି, "ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛୁକ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତି ଲାଗୁ କରିଛନ୍ତି । ଏହି ନୀତି ଅନୁଯାୟୀ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରୀ ସୁବିଧା, ସୁରକ୍ଷା ଏବଂ ସମ୍ମାନଜନକ ଭବିଷ୍ୟତର ସୁଯୋଗ ମିଳୁଛି ବୋଲି ଡିଜିପି କହିଛନ୍ତି ।

 

Tags: