EOW ହାତରେ ବନ୍ଧା ହେଲା ଠକ ରାମ ନାରାୟଣ
ଭଦ୍ରକ : ଭଦ୍ରାଣି ଡିଜେ ଗାଡି ମାଲିକ ରାମନାରାୟଣ ବଳ ଗିରଫ । ୧୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାନ୍ଧିଲା ଅର୍ଥନୈତିକ ଅପରାଧ ଶାଖା (EOW ) । ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ଭଦ୍ରକ ନିଳାଦ୍ରୀ ବିହାରରୁ ରାମ ନାରାୟଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ନିଜକୁ ବ୍ୟାଙ୍କ ଇନସ୍ପେକସନ୍ ଅଫିସର ଭାବେ ପରିଚୟ ଦେଇ ବ୍ୟାଙ୍କ DGMଙ୍କ ନକଲି ଦସ୍ତଖତ କରି ଟଙ୍କା ଠକିଥିବା ଅଭିଯୋଗ । ୯ ଜଣ ଗ୍ରାହକଙ୍କ ଠାରୁ ଠକିଥିଲା କୋଟି କୋଟି ଟଙ୍କା । ଏହି ଟଙ୍କାରେ ସେ ଏକାଧିକ ଡିଜେ ସେଟ ସହ ୧୦ ଟି ଦାମୀ ଗାଡି ଏବଂ ୧୪୪ଟି ଦାମୀ ମୋବାଇଲ କିଣିଥିଲା । ତାଙ୍କ ନାଁରେ ଭଦ୍ରକ ,ବୈଶିଙ୍ଗା ଏବଂ ଭୁବନେଶ୍ୱର ର ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲା I ଅଭିଯୁକ୍ତକୁ OPID ଆଇନ ଅନୁଯାୟୀ କଟକ କୋର୍ଟରେ ହାଜର କରାଯାଇଥିବା ବେଳେ ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ଏଥିସହ ଅଭିଯୁକ୍ତଙ୍କ ସମ୍ପତ୍ତି ସିଜ କରିଛି EOW ।
Tags:




