କୁଲଗାଁମ ରେ ଆତଙ୍କୀ ହମଲା, ୩ ସିଆରପିଏଫ ଯବାନ ଆହତ

କୁଲଗାଁମ ରେ ଆତଙ୍କୀ ହମଲା, ୩ ସିଆରପିଏଫ ଯବାନ ଆହତ
Samaya Live News Picture
Published On

ଜାମ୍ମୁ-କାଶ୍ମୀର : ପୁଣି ଅଶାନ୍ତ ହେଲା ଜାମ୍ମୁ-କାଶ୍ମୀର । ସିଆରପିଏଫ ଯବାନଙ୍କୁ ଆତଙ୍କୀ ହମଲା। ଏଥିରେ ୩ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ବୁଧବାର ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ମୀର ବଜାର ନିକଟସ୍ଥ ଆଖରାନ୍ ଅଞ୍ଚଳରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ । 

ଆତଙ୍କବାଦୀ ମାନେ ଏକ ବାଇକରେ ଆସି ସିଆରପିଏଫ୍ ଯବାନଙ୍କ ଉପରକୁ ଆଖିବୁଜା ଗୁଳିଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଆହତ ହୋଇଥିବା ୩ ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ, ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରା ବନ୍ଦୀ କରି ଯବାନଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଏବଂ କ୍ୱିକ୍ ରିଆକ୍ସନ୍ ଟିମ୍ (QRT) ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ।

 

Tags: