ଟାର୍ଗେଟ ସଫଳ, ଓଡିଶାକୁ ନାହିଁ ମାଓ ବିପଦ - ଏଡିଜି ସଞ୍ଜୀବ ପଣ୍ଡା
ଭୁବନେଶ୍ୱର : ମାର୍ଚ୍ଚ ୩୧ ପୂର୍ବରୁ ମାଓମୁକ୍ତ ଓଡିଶା ଟାର୍ଗେଟ ରେ ସଫଳ ହୋଇଛୁ । ଏବେ ରାଜ୍ୟକୁ ମାଓ ବିପଦ ନାହିଁ ବୋଲି କହିଛନ୍ତି ଆଣ୍ଟି ନକ୍ସଲ ଏଡିଜି ସଂଜୀବ ପଣ୍ଡା । ସେ କହିଛନ୍ତି ୨୦୨୫ ସୁଦ୍ଧା ରାଜ୍ୟରେ ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା । ଏଥିରୁ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇସାରିଛି । ଏବେ ରାଜ୍ୟରେ କେବଳ କିଛି ହାତ ଗଣତି ମାଓବାଦୀ ଅଛନ୍ତି, ସେମାନେ ନିପାତ ହେବେ । କାରଣ ଆଜି ଯାଏଁ ଆତ୍ମସମର୍ପଣ ପାଇଁ ଶେଷ ସମୟସୀମା ଥିଲା । କାଲି ଠାରୁ ଆଉ ସେ ସୁଯୋଗ ମିଳିବ ନାହିଁ । ଏମାନେ ଓଡ଼ିଶାରେ ନୂଆ ମାଓବାଦୀ ରିକୃଟ କରିବାରେ ସଫଳ ହୋଇ ନାହାନ୍ତି ।
ବର୍ତ୍ତମାନ ସୁଦ୍ଧା ୧୫୬ ଜଣ ମାଓବାଦୀଙ୍କୁ ନିପାତ ଏବଂ ଆତ୍ମସମର୍ପଣ କରାଇବାରେ ସଫଳ ହୋଇଛୁ । ଓଡ଼ିଶାରେ ୭୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଛତିଶଗଡ଼ରେ ୪୨ଜଣ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟରେ ୨୭ ଜଣ ମାଓବାଦୀଙ୍କୁ ନିପାତ କରିଛୁ । ମାଓ ନେତା ଗଣେଶ ଉଇକେର ନିପାତ ଅପରେସନ ର ଟର୍ଣ୍ଣିଂ ପଏଣ୍ଟ ଥିଲା ।
ମାଓ ଦମନ ଅପରେସନରେ ୨୩୯ଜଣ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଓଡିଶା ପୋଲିସ ର ୧୪୨ ଜଣ ରହିଛନ୍ତି । ସେହିପରି ୩୫୯ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆଗାମୀ ୨ବର୍ଷ ଯାଏଁ ଅପରେସନ ଜାରି ରହିବ । ଆଗାମୀ ଦିନରେ ମାଓବାଦୀ ଯେଉଁଭଳି ସୁ ସଂଗଠିତ ନହୁଅନ୍ତି ସେଥିପ୍ରତି ଗୁରୁତ୍ତ୍ଵ ଦିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଏଡିଜି ସଂଜୀବ ପଣ୍ଡା ।




