ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ,ପୁରୁଷ ବନ୍ଧୁ ଅଟକ

ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ,ପୁରୁଷ ବନ୍ଧୁ ଅଟକ
Samaya Live News Picture
Published On

କେନ୍ଦୁଝର : ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନର ମୃତ୍ୟୁ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟଙ୍କା ଦାଶଙ୍କ ମୃତଦେହ ତାଙ୍କ ପୁରୁଷ ବନ୍ଧୁଙ୍କ ଘରୁ ଉଦ୍ଧାର ହୋଇଥିଲା । ଏନେଇ ପ୍ରିୟଙ୍କାଙ୍କ ପରିବାର ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣି ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁସାରେ, ବାଲେଶ୍ୱର ରେମୁଣା ଅଂଚଳର ପ୍ରିୟଙ୍କା ଦାଶ ଗତବର୍ଷ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ଭାବରେ ଯୋଗ ଦେଇଥିଲା । ଘଟଣା ଦିନ ପ୍ରିୟଙ୍କା କେନ୍ଦୁଝର ସ୍ଥିତ ତାଙ୍କ ପୁରୁଷ ବନ୍ଧୁଙ୍କ ଘରକୁ ଯାଇଥିଲେ । ତେବେ ସେଠାରୁ ତାଙ୍କୁ ହସ୍ପିଟାଲ ନେଇଥିଲେ ରୁଦ୍ର ମିଶ୍ର ଏବଂ ତାଙ୍କ ପରିବାରକୁ ଫୋନ କରି ଏବିଷୟରେ କହିଥିଲେ I ପରିବାର ଲୋକେ ହସ୍ପିଟାଲରେ ପହଞ୍ଚି ପ୍ରିୟାଙ୍କଙ୍କ ବେକରେ ଚିହ୍ନ ଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ପ୍ରିୟଙ୍କାଙ୍କ ମୃତଦେହକୁ ପୋଷ୍ଟମର୍ଟମ ରୁମ୍‌ ନିକଟରେ ଛାଡ଼ି ଦେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ମୃତ ଅଧ୍ୟାପିକାଙ୍କ ବେକରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ କେଉଁ ଅବସ୍ଥାରେ ଏବଂ କିପରି ଭାବରେ ପ୍ରିୟାଙ୍କଙ୍କ ମୃତ୍ୟୁ ହେଲା ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାର ଛାନଭିନ୍‌ ଚଳାଇଛି ପୋଲିସ ।

Tags: