ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ I ପ୍ରେମିକାର ଘରେ ଝୁଲି ପଡିଲେ ପ୍ରେମୀଯୁଗଳ। ପ୍ରେମିକାର ଓଢଣୀରେ ପ୍ରେମିକ ଓ ରସିରେ ପ୍ରେମିକା ଝୁଲୁଥିବାର ଦେଖିବାକୁ ମିଳିଛି। ସାଲିଆସାହିର ଶ୍ରୀରାମ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟନାନୁସାରେ,ଗଞ୍ଜମ ଜିଲ୍ଲାର ଚିତ୍ରସେନ୍ ଗୌଡ଼ ବିଜୟୱାଡ଼ାରେ କାମ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ I ପ୍ରେମିକାର ଘରେ ଝୁଲି ପଡିଲେ ପ୍ରେମୀଯୁଗଳ। ପ୍ରେମିକାର ଓଢଣୀରେ ପ୍ରେମିକ ଓ ରସିରେ ପ୍ରେମିକା ଝୁଲୁଥିବାର ଦେଖିବାକୁ ମିଳିଛି। ସାଲିଆସାହିର ଶ୍ରୀରାମ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ଘଟନାନୁସାରେ,ଗଞ୍ଜମ ଜିଲ୍ଲାର ଚିତ୍ରସେନ୍ ଗୌଡ଼ ବିଜୟୱାଡ଼ାରେ କାମ କରନ୍ତି। ସେ ରବିବାର ସାଲିଆ ସାହିରେ ରହୁଥିବା ତାଙ୍କ ପ୍ରେମିକା ପି.ବର୍ଷା ରେଡ୍ଡୀଙ୍କୁ ଦେଖା କରିବାକୁ ଆସିଥିଲେ। ସବୁଦିନ ପରି ରବିବାର ବର୍ଷାଙ୍କ ବାପା ମାଧବ ଓ ତାଙ୍କ ମାଆ କାମକୁ ଯାଇଥିଲେ। ବର୍ଷା ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ବର୍ଷାଙ୍କ ଘରକୁ ଆସିଥିଲେ ଚିତ୍ରସେନ।
ମାଧବ ଓ ତାଙ୍କ ପତ୍ନୀ କାମରୁ ଆସି ଦେଖନ୍ତି ଘର ଭିତରେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ। ଏନେଇ ପୁଲିସ୍କୁ ଖବର ଦେଇଥିଲେ। କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ି ନାହିଁ।




