ସୁଧୀର ପାତ୍ର ମର୍ଡର କେଶ, ପ୍ରତିକ୍ରିୟା ରଖିଲେ ପତ୍ନୀ
ବ୍ରହ୍ମପୁର : ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପତ୍ନୀ । ଆଜି ଗଣମାଧ୍ୟମ ଆଗରେ ସୁଧୀର ପାତ୍ରଙ୍କ ପତ୍ନୀ ରଶ୍ମିତା ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଅପହରଣ ପରବର୍ତ୍ତୀ ଘଟଣାକୁ ଗୋଟି ଗୋଟି କହି କହିଛନ୍ତି ପତ୍ନୀ ରଶ୍ମିତା ପାତ୍ର । ସେ କହିଛନ୍ତି ତାଙ୍କ ଦେଢଶୁର ତଥା ସୁଧୀରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ଯା'(ସୁଧୀରଙ୍କ ଭାଉଜ) କହିଥିଲେ ତୁମ ପରିବାରକୁ ମଧ୍ୟ ଶାନ୍ତିରେ ରଖାଇ ଦେବେନାହିଁ । ଘଟଣାରେ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ରଙ୍କ ,ପୁତୁରା ତୁଷାର ପାତ୍ରଙ୍କ ସହ ମା'ବସୁନ୍ଧରା ଓ ମାମୁ ତ୍ରିଲୋଚନ ମଧ୍ୟ ସାମିଲ ଅଛନ୍ତି । ତେଣୁ ତାଙ୍କୁ ମଧ୍ୟ ଜେରା କରାଯାଉ । କାରଣ ତାଙ୍କ ବଡ଼ ଯା' ଏବଂ ତାଙ୍କ ଭାଇ ବାହାରେ ରହିଲେ ନିଜ ପିଲାମାନଙ୍କ ପ୍ରତି ବିପଦ ଥିବା କହିଛନ୍ତି ରଶ୍ମିତା ପାତ୍ର । ଭାଉଜ ଓ ତାଙ୍କ ଭାଇ ହିଁ ଇର୍ଷା ପରାୟଣ ହୋଇ ପ୍ରତିଶୋଧ ନେଇଛନ୍ତି ବୋଲି ସୁଧୀରଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି ।
ସେହିପରି ସୁଧିରଙ୍କୁ ଅପହରଣ ପରେ ରଶ୍ମିତାଙ୍କୁ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ। ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ତେବେ ଏହି ସମୟରେ ପୋଲିସ ଦେଇଥିଲା ବଡ଼ ସୂଚନା । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା। ଏପରିକି ଅପହରଣକାରୀଙ୍କ ସହ ଘର ଲୋକ ସମ୍ପୃକ୍ତ ଥିବା କଥା ପୋଲିସ କହିଥିଲେ । ଅପହରଣକାରୀଙ୍କ ମୋବାଇଲ ନମ୍ବରରୁସହ ତାଙ୍କ ଝିଆରୀ ନିବେଦିତା ୪ ମାସ ଧରି ସମ୍ପର୍କରେ ଥିଲେ ବୋଲି କହିଥିଲେ ପୋଲିସ ।
ସେହିପରି ସୁଧୀରଙ୍କ ବଡ଼ ଭାଇ ୨କୋଟି ଟଙ୍କା ସେୟାର ମାର୍କେଟରେ ହରାଇଥିଲେ ଏବଂ ଏହାପର ଠାରୁ ତାଙ୍କ ଦେହ ଅସୁସ୍ଥ ଥିଲା ବୋଲି ସେ କହିଥିଲେ ।
ସୂଚନାନୁସାରେ, ଗତ ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ପାତ୍ରଙ୍କୁ ଦୁର୍ବୃତ୍ତ ମାନେ ଅପହରଣ କରିବା ପରେ କିପରି ତାଙ୍କୁ ନିର୍ଯ୍ୟାତନା ଦେଇ ସେହି ଭିଡ଼ିଓ ପଠାଇ ଟଙ୍କା ମାଗିଥିଲେ । ସେହି ଅନୁଭୂତିକୁ ରଶ୍ମିତା ବଖାଣିବା ସହ ପରବର୍ତ୍ତୀ ଘଟଣା ଗୁଡିକ ମଧ୍ୟ କହିଛନ୍ତି ।



