ସୁଧୀର ପତ୍ର ହତ୍ୟା ମାମଲା, ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ
ବ୍ରହ୍ମପୁର : ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା।ର ଫିଟିବ ଗୁମର । ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ । ସୁଧୀର ପାତ୍ର ହତ୍ୟା ଘଟଣା ରେ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ୩ ଦିନିଆ ରିମାଣ୍ଡ ରେ ନେବ ଗୋପାଳପୁର ପୋଲିସ । ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ। ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୋଲିସ ରିମାଣ୍ଡରେ ନେଇ ତନାଘନା କରିବ। ଗୋପାଳପୁର ପୋଲିସ ପକ୍ଷରୁ ୭ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ରେ ନେବା ପାଇଁ ଆବେଦନ ହୋଇଥିଲା ।
ଗୋପାଳପୁରର ସୁଧୀର ପାତ୍ର ମର୍ଡରରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଗୁଣିଗାରେଡ଼ି କି ସଂପତ୍ତି ଭାଗବଣ୍ଟା ନୁହେଁ, ନାତୁଣୀର ଅଲଗା ଜାତିରେ ବିବାହକୁ ବିରୋଧ କରୁଥିଲା ପୁଅ, ପ୍ରେମିକ ସହ ମିଶି ମାରିଦେଲା । ୯ ଗିରଫ ପରେ ବି ଅନେକ ଅସମାହିତ ପ୍ରଶ୍ନ ରହିଛି । ସେପଟେ ସୁଧୀର ପାତ୍ରଙ୍କୁ ଡିଫେନ୍ସ କଲୋନୀ ନିକଟରୁ ଯେଉଁ ଗାଡ଼ିରେ ଅପହରଣ କରାଯାଇଥିଲା, ସେହି ଗାଡିକୁ ଜବତ କରିଛି ଗୋପାଳପୁର ପୋଲିସ । ଏହି ଗାଡ଼ିରେ ଅପହରଣ କରିନେଉଥିବା ବେଳେ ପୁରୁଷୋତ୍ତମପୁର ନିକଟରେ ଗାଡି ଖରାପ ହେବାରୁ ଅନ୍ୟ ଏକ ଗାଡ଼ିରେ ସୋରଡ଼ା ଅଭିମୁଖେ ନେଇଥିଲେ । ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ ମିଶି ଅପହରଣ ଓ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ। ଟଙ୍କା ଦେବା ପାଇଁ ପରିବାର ଲୋକ ରାଜିଥିଲେ ବି କାହିଁକି ହତ୍ୟା କଲେ ? ନିବେଦିତା ଏବଂ ତୁଷାର ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ମଧ୍ୟ, ପରିବାରର ଅନ୍ୟ ସଦସ୍ୟମାନେ ଏହି ଷଡ଼ଯନ୍ତ୍ର ବିଷୟରେ କେତେଦୂର ଜାଣିଥିଲେ? ଏବିଷୟରେ ତଥ୍ୟ ଉଗାଳିବ ଗୋପାଳପୁର ପୋଲିସ ।




