ଡ୍ରଗ୍ସ ନଖାଇବାରୁ ଛାତ୍ରଙ୍କୁ ଲାଟ୍ରିନ ପାଣି ପିଇବାକୁ ବାଧ୍ୟକଲେ ଛାତ୍ରୀ

ଡ୍ରଗ୍ସ ନଖାଇବାରୁ  ଛାତ୍ରଙ୍କୁ ଲାଟ୍ରିନ ପାଣି ପିଇବାକୁ ବାଧ୍ୟକଲେ ଛାତ୍ରୀ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନାଁରେ ଆସିଛି ସଂଗୀନ ଅଭିଯୋଗ  । ଶିକ୍ଷାନୁଷ୍ଠାନରେ ବେଧଡ଼କ ଚାଲିଛି ନିଶା କାରବାର । ନିଶା ସେବନକୁ ନାହିଁ କରିବାରୁ ଜଣେ ଜୁନିଅର ଛାତ୍ରଙ୍କ ଉପରେ ହୋଇଛି ଅମାନୁଷିକ ଅତ୍ୟାଚାର । ତାଙ୍କୁ ଲକ୍ଷାଧିକ ଟଙ୍କା ମାଗିବା ସହିତ ଶୌଚାଳୟ ଭିତରେ ବନ୍ଦ କରି ଲାଟ୍ରିନ ପାଣି ପିଆଇଛନ୍ତି । ତେବେ ଏଭଳି କାଣ୍ଡ କରିଛନ୍ତି ଜଣେ ସିନିଅର ଛାତ୍ରୀ । ପିପିଲି ଥାନା ଅଞ୍ଚଳର ଏକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଏହି ଘଟଣା ଘଟିଥିବା ଏବେ ସାମ୍ନାକୁ ଆସିଛି ।  ଛାତ୍ରଜଣଙ୍କୁ ଡ୍ରଗ୍ସ ସେବନ ସହିତ ୨ଲକ୍ଷ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଇ ମାଡ଼ ମରାଯାଇଛି । ଏପରି କି ପାଇଖାନା ଚଟାଣକୁ ଜିଭରେ ଚଟାଯାଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା’ଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

ସମ୍ବନ୍ଧିତ ଖବର ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ

ଘଟନାନୁସାରେ,ଉକ୍ତ ଶିକ୍ଷାନୁଷ୍ଠାନର ଜଣେ ସିନିଅର ଛାତ୍ର ଏବଂ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ବାନ୍ଧବୀ  ପୀଡିତ ଛାତ୍ରଙ୍କୁ ଭୋଜି ଖାଇବା ବାହାନାରେ କଲେଜ ବାହାରେ ଥିବା ଏକ ଘରକୁ ଡାକିନେଇ ସେଠାରେ ଡ୍ରଗ୍ସ ସେବନ କରିବାକୁ ବାଧ୍ୟକରିଥିଲେ । ତେବେ ପୀଡିତ ଛାତ୍ର ଜଣକ ଏହା କରିବାକୁ ମନା କରିବାରୁ ତାଙ୍କୁ  ୨ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଟଙ୍କା ନଦେଲେ ତାଙ୍କୁ କଲେଜରେ କିମ୍ବା ଘରେ ରଖାଇ ନଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଭଳି ନିର୍ଯାତନାରେ ଛାତ୍ରଜଣକ ଭୟଭୀତ ହୋଇ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କ ମା'କଲେଜ ଆସି କର୍ତୃପକ୍ଷଙ୍କ  ସହ ଆଲୋଚନା ପରେ ପିପିଲି ଥାନାରେ ଏତଲା ଦେଇଛନ୍ତି  ।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା,ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି

Tags: