ମାଓବାଦୀଙ୍କ ସରେଣ୍ଡର ରାଶି ବୃଦ୍ଧିକଲେ ରାଜ୍ୟସରକାର

ମାଓବାଦୀଙ୍କ ସରେଣ୍ଡର ରାଶି ବୃଦ୍ଧିକଲେ ରାଜ୍ୟସରକାର

ଭୁବନେଶ୍ୱର : ବାରମ୍ବାର କୁମ୍ବିଂ ଅପରେସନ ଯୋଗୁଁ ଭୁଶୁଡି ଯାଇଛି ଲାଲ ଦୁର୍ଗ I ବହୁ ସଂଖ୍ୟାରେ  ମାଓବାଦୀ ନିପାତ ପରେ ସେମାନଙ୍କର ମନୋବଳ ଭାଙ୍ଗିଛି I ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର I ଆତ୍ମସମର୍ପଣ କଲେ ମାଓବାଦୀଙ୍କ ଥଇଥାନ ସହ ମିଳିବ ଅଧିକ ଅର୍ଥରାଶି । ଏନେଇ ଘୋଷଣା କରାଯାଇଛି । ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍‌ ମେସିନ୍‌ ଗନ୍‌ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ଏ.କେ-୪୭ ସହ ଆତ୍ମସମର୍ପଣ କଲେ ୩ଲକ୍ଷ ୩୦ହଜାର ଟଙ୍କା । ଏସଏଲଆର ସହ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୧ଲକ୍ଷ ୬୫ହଜାର ଟଙ୍କା । ୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍‌କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।

ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ

ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧କୋଟି ୧୦ଲକ୍ଷ, ଷ୍ଟେଟ୍‌ କମିଟି ସଦସ୍ୟ, ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଆତ୍ମସମର୍ପଣ କଲେ ୫୫ଲକ୍ଷ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ରିଜିଓନାଲ୍‌ କମିଟି ସଦସ୍ୟଙ୍କୁ ୩୩ଲକ୍ଷ, ଡିଜିଜନାଲ କମିଟି ସଦସ୍ୟଙ୍କ ୨୭.୫ଲକ୍ଷ ଟଙ୍କା ଡିଭିଜନାଲ କମିଟି ମେମ୍ବର ଆତ୍ମସମର୍ପଣ କଲେ ମିଳିବ ୨୨ଲକ୍ଷ ।

ସମ୍ବନ୍ଧିତ ଖବର ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

 

ସମ୍ବନ୍ଧିତ ଖବର ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

Tags: