ଏସଆଇ ପରୀକ୍ଷା ସ୍କାମ,ସିବିଆଇ ଜାଲରେ ଏସଏସବି ଯବାନ
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହା ଦୁର୍ନୀତି I ସିବିଆଇ ସ୍କାନରରେ ଓପିଆରବିର ଜଣେ ଯବାନ । ସୋମବାର ସିବିଆଇରେ ହାଜର ପାଇଁ ଏସଏସବି ଯବାନ ଡ଼ିଏସପି ଅର୍ଜ୍ଜୁନ ନାୟକଙ୍କୁ ସମନ କରିଛି ସିବିଆଇ । ଏସଆଇ ନିଯୁକ୍ତି ପରୀକ୍ଷା ମହା ଘୋଟାଲାରେ ଡିଏସପିଙ୍କର ପ୍ରମୁଖ ଭୁମିକା ରହିଥିବା ସିବିଆଇ ସନ୍ଦେହ କରିଛି । ଅର୍ଜୁନ ନାୟକ ହେଉଛନ୍ତି ଦୀଘା ମୋଡ୍ୟୁଲ ସମ୍ଭାଳୁଥିବା ଦଲାଲ ବିରଞ୍ଚି ନାୟକର ସମ୍ପର୍କୀୟ । ପୂର୍ବରୁ ବିରଞ୍ଚି ନାୟକ ଗିରଫ ହୋଇ ୨ ଦିନିଆ ସିବିଆଇ ରିମାଣ୍ଡରେ ରହିଛି । ଏହି ସମୟରେ ବିରଞ୍ଚି ସହ ନିମାଇଁ ଓ ଅର୍ଜୁନର ସଂପୃକ୍ତି ସମ୍ପର୍କରେ ଜାଣିବାକୁ ପାଇଥିଲା । ଏହାପରେ ଅର୍ଜୁନ ଓ ନିମାଇଁକୁ ଗିରଫ କରି ରିମାଣ୍ଡରେ ଆଣି ପଚରା ଉଚୁରାକରୁଛି ସିବିଆଇ । ଏହି ତିନି ଜଣଙ୍କ ନିକଟରୁ ଅନେକ ତଥ୍ୟ ହାସଲ କରିଛି ସିବିଆଇ । ଘଟଣାରେ ସଂପୃକ୍ତ ଧର୍ମେନ୍ଦ୍ର ନାମକ ବ୍ୟକ୍ତିକୁ ଠାବ କରିବାକୁ ତନାଘନା ଚଳାଇଛି ସିବିଆଇ । ଏହି ବ୍ୟକ୍ତି କିଏ। ଧର୍ମେନ୍ଦ୍ରର ଏସଆଇ କେଳେଙ୍କାରୀରେ କ’ଣ ସମ୍ପର୍କ ତାହା ସ୍ପଷ୍ଟ କରିନାହିଁ ସିବିଆଇ । ସେପଟେ ଗିରଫ ବିରଞ୍ଚି ଏବେ CBI ରିମାଣ୍ଡରେ ରହିଛି।


