ଡାକ୍ତରଖାନା ଆସିବାବେଳକୁ ନିଶ୍ଚଳ ହୋଇ ସାରିଥିଲେ ସୌମ୍ୟ
ଭୁବନେଶ୍ବର : ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ନୂଆ ଖୁଲାସା । ଡାକ୍ତରଖାନା ଆସିବା ବେଳକୁ ନିଶ୍ଚଳ ହୋଇ ସାରିଥିଲେ ସୌମ୍ୟ । ବଡ଼ ତଥ୍ୟ ଦେଇଛନ୍ତି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର । ସେ କହିଛନ୍ତି ଯେ, ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ହୋଇଯାଇଥିଲେ । ସୌମ୍ୟଙ୍କ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ସୌମ୍ୟଙ୍କୁ ଅଣାଯାଇଥିଲା ଡାକ୍ତରଖାନା । ସୌମ୍ୟଙ୍କ ଶରୀରର କୌଣସି ମୁଭମେଣ୍ଟ ନଥିଲା । ସୌମ୍ୟଙ୍କ ସହିତ ଥିଲେ କେବଳ ପୋଲିସ କର୍ମଚାରୀ ।
ସୌମ୍ୟଙ୍କୁ ବାଳକାଟିରୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଏଣ୍ଟ୍ରି ବେଳେ ଚାଲୁନଥିଲା ସୌମ୍ୟଙ୍କ ପଲ୍ସ, ବିପି । ଆମ୍ବୁଲାନ୍ସରେ ବି ସୌମ୍ୟଙ୍କ ଶରୀରର କୌଣସି ମୁଭମେଣ୍ଟ ନଥିଲା । ଆମ୍ବୁଲାନ୍ସରେ ସୌମ୍ୟଙ୍କ ସହ ଯାଇଥିଲେ ଦୁଇ ପିସିଆର ଷ୍ଟାଫ୍ ।
ଅନ୍ୟପକ୍ଷରେବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ କେସରେ ମୁଖ୍ୟ ଅଭିଯୁକ୍ତ ଗିରଫକରାଯାଇଛି। ଚିନୁ ଓରଫ ରଞ୍ଜିତ ପାତ୍ରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଗଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
କ୍ରାଇମବ୍ରାଞ୍ଚର ତଦନ୍ତ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଚିନୁ ଏକ ବାଉଁଶ ବାଡ଼ିରେ ସୌମ୍ୟଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ନିର୍ମମ ଭାବେ ପିଟିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ, ଶରୀର ଭିତରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କର ମୃତ୍ୟୁ ଘଟିଛି।
ଏହି ଗିରଫଦାରୀ ସହ ମାମଲାରେ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ।ଏହାକୁ ମିଶାଇ ମୋଟ୍ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ବାନ୍ଧିଛି ।




