NHRC ରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

NHRC ରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ
Samaya Live News Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିିତ ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା । ଏନଏଚଆରସି ତଦନ୍ତର ୪ର୍ଥ ଦିନରେ ଚାଲିଛି ମାରାଥନ ଜେରା । ଏହି ସମୟ ମଧ୍ୟରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସାମ୍ନା କୁ ଆସିଛି । ଆଜି ଏନଏଚଆରସି ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ ଏବଂ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ । ପ୍ରଥମେ କମିଶନରେଟ ପୋଲିସ ଏବେ କ୍ରାଇମବ୍ରାଞ୍ଚ ଓ ଜାତୀୟ ମାନବାଧିକାର କମିଶନ NHRC ର ଦୁଇ ଜଣିଆ ଟିମ୍ ଏହି ବର୍ବରଚିତ କାଣ୍ଡର ଗୁମର ଖୋଲିବାରେ ଲାଗିଛନ୍ତି ।

ସେହିପରି ଆଜି ଆଜି ଏନଏଚଆରସି ରେ ହାଜର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର । ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ADG ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ବଦଳି କରାଯାଇଛି । ଗତକାଲି ସୌମ୍ୟଙ୍କ ସାଙ୍ଗ ଓମ୍ ଓ ଦୁଇଜଣ ଅଭିଯୋଗକାରୀ ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର, ମିନି ଟ୍ରକ ଡ୍ରାଇଭରଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା NHRC ଟିମ୍ । ଫରେନସିକ ଟିମର ଅଧିକାରୀ ଓ ନିଲମ୍ବିତ ୪ ପୋଲିସ କର୍ମଚାରୀ NHRC ଟିମ୍ ଆଗରେ ହାଜର ହୋଇଥିଲେ । ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। 

ସୂଚନାନୁସାରେ, ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାତୀୟ ମାନବାଧିକାର ଆୟୋଗ କରୁଛି। ଘଟଣାରେ ମୂଳ କାରଣ କୁହାଯାଉଥିବା ୨ଯୁବତୀଙ୍କ ସହ ଘଟଣାର ପ୍ରତ୍ୟକ୍ଷଦର୍ଶୀ ବନ୍ଧୁ ଓମ ମଧ୍ୟ ହାଜର ହୋଇଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି ।

ସୂଚନାନୁସାରେ, ଗତ ମେ ୭ ତାରିଖରେ ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ୨ଯୁବତୀଙ୍କ ସହ ସୌମ୍ୟଙ୍କ ବାଇକ ଦୁର୍ଘଟଣାପରେ ଘଟିଥିଲା ଭୟଙ୍କର ହିଂସା । ଅତି ନୃଶଂସ ଭାବରେ ଗ୍ରାମବାସୀ ସୌମ୍ୟରଞ୍ଜନକୁ ପିଟି ପିଟି ହତ୍ୟା କରିଥିଲେ । ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଭିଡ଼ ହିଂସା ଘଟଣାରେ ମୃତ ସୌମ୍ୟଙ୍କ ବାପା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପୁଅକୁ ହତ୍ୟା ପଛରେ ସାଙ୍ଗ ଓମର ହାତ ରହିଥିବା ସେ କହିଛନ୍ତି । ADGଙ୍କ ସହ ମିଶି ଓମ୍ ଲୋକ ଡକାଇ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୃତ ସୌମ୍ୟଙ୍କ ବାପା ।'' 

Tags: