ସୌମ୍ୟ ମର୍ଡର କେଶ , ଡ୍ରାଇଭରଙ୍କୁ ଠାରୁ ଡାକ୍ତର ସମସ୍ତଙ୍କୁ ଜେରା

ସୌମ୍ୟ ମର୍ଡର କେଶ , ଡ୍ରାଇଭରଙ୍କୁ ଠାରୁ ଡାକ୍ତର ସମସ୍ତଙ୍କୁ ଜେରା
Samaya Live News Picture
Published On

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ୱର ବାଲିଅନ୍ତା ପୈଶାଚିକ ହତ୍ୟାକାଣ୍ଡ । ତଦନ୍ତ ବେଳେ ଜାତୀୟ ମାନବାଧିକାର ଆୟୋଗ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସାରିଥିଲେ ସୁଦ୍ଧା ଆମ୍ବୁଲାନ୍ସକୁ କଲ କରିଥିବା ବ୍ୟକ୍ତି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଠାରୁ ଡାକ୍ତର ଏବଂ ଘଟଣାରେ ସମ୍ପୃକ୍ତ ଥବା ଯୁବତୀଙ୍କୁ ଜେରା କରୁଛି  ଜାତୀୟ ମାନବାଧିକାର ଆୟୋଗ ଅଧିକାରୀ ।

ସୂଚନାନୁସାରେ, ଗତ ମେ' ୭ତାରିଖରେ ଘଟିଥିଲା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ । ତେବେ ପ୍ରଥମେ ୨ଯୁବତୀଙ୍କ ସ୍କୁଟି ସହ ସୌମ୍ୟଙ୍କ ଗାଡି ଧକ୍କା ହେବାରୁ ଘଟିଥିଲା ମହାଭାରତ । ଭିଙ୍ଗାରପୁର କାଜ ନିକଟରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ କେହିଜଣେ ବ୍ୟକ୍ତି ପୂର୍ବାହ୍ନ ୧୧.୦୬ ମିନିଟରେ ଓଡ଼ସପୁର ମେଡିକାଲକୁ ଫୋନ କରି ଯୁବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡ଼କାଇଥିଲେ ଏବଂ ୧୧.୩୬ ଅର୍ଥାତ ଠିକ ଅଧଘଣ୍ଟାଏ ପରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା । ଏହି ସମୟରେ ଫୋନ କରିଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଯୋଗାଯୋଗ କରିଥିଲେ । ମାତ୍ର ସେତେବେଳକୁ ଯୁବତୀମାନେ ଏକ କାର ଯୋଗେ ଡାକ୍ତରଖାନା ପଳାଇଥିବା କହି ସେ ଆମ୍ବୁଲାନ୍ସକୁ ଫେରାଇ ଦେଇଥିଲେ । ସେହି ସମୟରେ ରାସ୍ତାରୁ ଅତି ପାଖରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିଲେ ଦୁର୍ବୃତ୍ତ ମାନେ। କିନ୍ତୁ ମାଡ଼ ଖାଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ବୋଲି ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି ।

ସେପଟେ,ଟିମର ୨ ଜଣିଆ ସଦସ୍ୟ ସୌମ୍ୟଙ୍କ ଜିମକୁ ମଧ୍ୟ ଯାଇଥିଲେ। ଏହା ପୂର୍ବରୁ NHRC ଟିମ ପୂର୍ବତନ ଏଡିଜି ଦୟାଲ ଗଙ୍ଗୱାରଙ୍କ ଘରେ କାମ କରୁଥିବା ସୌମ୍ୟରଂଜନଙ୍କ ୩ ଜଣ ସହକର୍ମୀଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଗତକାଲି ସୌମ୍ୟରଞ୍ଜନ ହତ୍ୟା ମାମଲାରେ ପ୍ରଦୀପ ମଙ୍ଗରାଜ ନାମକ ଆଉ ଜଣେ ଅଭିଯୁକ୍ତକୁ ଢେଙ୍କାନାଳରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ । ବର୍ତ୍ତମାନ ସୁଦ୍ଧା ଘଟଣାରେ ୧୭  ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଉ କିଛିଜଣ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି ।

Tags: