ସନ୍ଦେହ ଘେରରେ ସୋନାଲି ଫୋଗଟ ଙ୍କ ମୃତ୍ୟୁ ,ପି.ଏ.ଗିରଫ
ପ୍ରସିଦ୍ଧ ଟିକଟକ କୁଇନ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ଙ୍କର ଆକସ୍ମିକ ମୃତ୍ୟୁ କୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି I ସୋନାଲି ଫୋଗଟଙ୍କ ମୃତ୍ୟୁ କୁ ଏକ ଷଡଯନ୍ତ୍ର ବୋଲି ଦର୍ଶାଇ ପରିବାର ଲୋକ ସିବିଆଇ ତଦନ୍ତ ଦାବି କରିଛନ୍ତି I ଦୁଇ ଦିନିଆ ବିଜ୍ଞାପନ ସୁଟିଂ କାମରେ ସୋନାଲି ପୁନେ ଯାଇଥିଲେ I ସୋମବାର ରାତିରେ ସେଠାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା […]
ପ୍ରସିଦ୍ଧ ଟିକଟକ କୁଇନ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ଙ୍କର ଆକସ୍ମିକ ମୃତ୍ୟୁ କୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାନ୍ତି I ସୋନାଲି ଫୋଗଟଙ୍କ ମୃତ୍ୟୁ କୁ ଏକ ଷଡଯନ୍ତ୍ର ବୋଲି ଦର୍ଶାଇ ପରିବାର ଲୋକ ସିବିଆଇ ତଦନ୍ତ ଦାବି କରିଛନ୍ତି I ଦୁଇ ଦିନିଆ ବିଜ୍ଞାପନ ସୁଟିଂ କାମରେ ସୋନାଲି ପୁନେ ଯାଇଥିଲେ I ସୋମବାର ରାତିରେ ସେଠାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା I ପୁଲିସ୍ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି। ହେଲେ ସୋନାଲିଙ୍କ ଭଉଣୀ ଓ ପରିବାର ଲୋକ ହୃଦଘାତ ଜନିତ ମୃତ୍ୟୁକୁ ବିଶ୍ୱାସ କରୁ ନାହାନ୍ତି ।
ସୋନାଲି ଙ୍କ ମୃତ୍ୟୁ ରହସ୍ୟ ଜଟିଳ ହେବାରେ ଲାଗିଛି । ତାଙ୍କ ଭଉଣୀଙ୍କ ବୟାନ ଅନୁସାରେ, “ମୋ ଭଉଣୀ କେବେ ହେଲେ ହୃଦଘାତର ସମ୍ମୁଖୀନ ହୋଇପାରିବ ନାହିଁ। ସେ ପୂରା ଫିଟ ଥିଲା। ଏବଂ ରାତିରେ ଖାଦ୍ୟ ଖାଇ ସାରିବା ପରେ ସେ ଆମ ସହିତ ଫୋନ ରେ କଥା ହୋଇଥିଲେ I ତେବେ ରାତ୍ର ଭୋଜନ ପରେ ସେ ହଠାତ୍ ଅସୁସ୍ଥ ଅନୁଭବ କରୁଥିବା ତାଙ୍କ ମା’ଙ୍କୁ ଫୋନ କରି ଜଣାଇଥିବା ତାଙ୍କ ଭଉଣୀ ସୂଚନା ଦେଇଛନ୍ତି। ସେହି ସମୟରେ ସୋନାଲି ଖାଦ୍ୟରେ କିଛି ମିଶାଯାଇଥିବା କଥା ସନ୍ଦେହ କରିଥିଲେ I ଆମେ ଘଟଣାର ସଂପୂର୍ଣ୍ଣ ତଦନ୍ତ ସିବିଆଇ କରୁ ବୋଲି ଚାହୁଁଛୁ। ସେ ହୃଦଘାତରେ ପ୍ରାଣ ହରାଇବା ଖବରକୁ ଆମ ପରିବାର ଲୋକ ଗ୍ରହଣ କରି ପାରୁ ନାହାନ୍ତି। ହାର୍ଟ ସମ୍ପର୍କିତ କୌଣସି ମେଡିକାଲ ସମସ୍ୟା ତା’ର ନଥିଲା ।
ସେହିପରି ଆଜି ସୋନାଲି ଫୋଗଟଙ୍କ ଫାର୍ମ ହାଉସରୁ ତାଙ୍କ କମ୍ପ୍ୟୁଟର ଏବଂ ଲାପଟପ ଗାୟବ ହୋଇଥିବା ଜଣାପଡିଛି। ତାଙ୍କ ଲାପଟପ ରେ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ ତଥ୍ୟ ସହିତ ଜମିବାଡ଼ି ସଂକ୍ରାନ୍ତୀୟ ଅନେକ ଜରୁରୀ କାଗଜପତ୍ର ରହିଥିଲା I ସୋନାଲିଙ୍କ ଭଣଜା ଆଡଭୋକେଟ୍ ବିକାଶ ସୋନାଲିଙ୍କ ମୃତ୍ୟୁ ପାଇଁ ତାଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ୍ଙ୍କୁ ଦାୟୀ କରିଛନ୍ତି। ଆଡଭୋକେଟ୍ ବିକାଶ, ସୁଧୀର ସାଙ୍ଗୱାନଙ୍କ ଉପରେ ଆରୋପ ଲଗାଇଛନ୍ତି କି ସୋନାଲି ଙ୍କ ମୃତ୍ୟୁ ପଛରେ ସୁଧୀର ଙ୍କର ହାତ ରହିଛି I ସୋନାଲୀଙ୍କୁ ହତ୍ୟା କରିବା ପାଇଁ ସୁଧୀର ଷଡଯନ୍ତ୍ର କରିଥିଲେ। ଏହି ସମ୍ବେଦନଶିଳ ମାମଲାରେ ସୋନାଲି ଫୋଗଟଙ୍କ ବ୍ୟକ୍ତିଗତ ସଚିବଙ୍କୁ ଗୋଆ ପୋଲିସ ଗିରଫ କରିଛି। ସୋନାଲିଙ୍କ ସହ ଗୋଆରେ ସୁଧୀର ସାଙ୍ଗୱାନ୍ ମଧ୍ୟ ଉପସ୍ଥିତ ଥିଲେ। ପରିବାର ଲୋକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଥିଲେ ହେଁ ଗୋଆ ପୁଲିସ୍ ମୁଖ୍ୟ ଯଶପାଲ ସିଂହ ଏଯାଏ କୌଣସି ପ୍ରକାରର ସନ୍ଦେହ କରିବା ଭଳି ଘଟଣା ସାମ୍ନାକୁ ଆସି ନଥିବା କହିଛନ୍ତି।




