ସୋନାଲି ମୃତ୍ୟୁ ମାମଲା : ରେଷ୍ଟୁରାଣ୍ଟ ମାଲିକ ସହିତ ଡ୍ରଗ୍ସ ଏଜେଣ୍ଟ ଗିରଫ

ଗୋଆ : ବହୁଚର୍ଚ୍ଚିତ ସୋନାଲି ଫୋଗଟ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଲା ଗୋଆ ପୋଲିସ I ପାର୍ଟିରେ ସୋନାଲି ଙ୍କୁ ଜବରଦସ୍ତି ଦିଆ ଯାଇଥିଲା ଡ୍ରଗ୍ସ I ଏହି ଘଟଣାରେ ପାର୍ଟି ହେଉଥିବା ‘କୁର୍ଲି’ର ରେଷ୍ଟୁରାଣ୍ଟ ମାଲିକ ସହିତ ଜଣେ ଡ୍ରଗ୍ସ ଏଜେଣ୍ଟ କୁ ଗିରଫ କରିବା ସହିତ ରେଷ୍ଟୁରାଣ୍ଟ ରୁ ଡ୍ରଗ୍ସ ଜବତ କରିଛି ଗୋଆ ପୋଲିସ I ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ […]

Samaya Live Picture
Published On

ଗୋଆ : ବହୁଚର୍ଚ୍ଚିତ ସୋନାଲି ଫୋଗଟ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଲା ଗୋଆ ପୋଲିସ I ପାର୍ଟିରେ ସୋନାଲି ଙ୍କୁ ଜବରଦସ୍ତି ଦିଆ ଯାଇଥିଲା ଡ୍ରଗ୍ସ I ଏହି ଘଟଣାରେ ପାର୍ଟି ହେଉଥିବା ‘କୁର୍ଲି’ର ରେଷ୍ଟୁରାଣ୍ଟ ମାଲିକ ସହିତ ଜଣେ ଡ୍ରଗ୍ସ ଏଜେଣ୍ଟ କୁ ଗିରଫ କରିବା ସହିତ ରେଷ୍ଟୁରାଣ୍ଟ ରୁ ଡ୍ରଗ୍ସ ଜବତ କରିଛି ଗୋଆ ପୋଲିସ I ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ, ସୁଖବିନ୍ଦର ସିଂହ, କର୍ଲା କ୍ଲବ୍‌ ମାଲିକ ଓ ଜଣେ ଡ୍ରଗ୍ସ ଏଜେଣ୍ଟ ଅଛନ୍ତି।

ଡ୍ରଗ୍ସ ବେପାରୀଙ୍କୁ ରାତିସାରା ପୋଲିସ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଡ୍ରଗ୍ସ ବିକ୍ରେତାଙ୍କଠାରୁ ଏହା ଜଣାପଡିଥିଲା ​​ଯେ ସେ ସୁଧୀର ସାଙ୍ଗୱାନ୍ଙ୍କୁ ପୂର୍ବରୁ ଜାଣିଥିଲେ। ସେ କେବଳ ସୁଧୀରଙ୍କୁ ଡ୍ରଗ୍ସ ଯୋଗାଉଥିଲେ। କୁର୍ଲିସରୁ ଉଦ୍ଧାର ହୋଇଥିବା ଡ୍ରଗ୍ସ ସିନ୍ଥେଟିକ୍ ବୋଲି ପୋଲିସ ଜାଣିବାକୁ ପାଇଛି । ଏବେ ପୋଲିସ ପଚରାଉଚରା ପରେ ଅଧିକ ତଦନ୍ତ ଜାରି ରଖିଛି I

ସୂଚନାନୁସାରେ ଗତ ସୋମବାର ରାତି ରେ ଟିକଟକ ଷ୍ଟାର ତଥା ହରିୟାଣା ର ବିଜେପି ନେତ୍ରୀ ସୋନାଲି ଫୋଗଟ ଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବ୍ୟକ୍ତିଗତ ସଚିବ ସୂଚନା ଦେଇଥିଲେ I କିନ୍ତୁ ସୋନାଲି ଙ୍କ ପରିବାର ଲୋକେ ଏଥିରେ ସନ୍ଦେହ କରିଥିଲେ I ତାଙ୍କ ଭାଇ ସୋନାଲୀଙ୍କୁ ହତ୍ୟା କରାଯାଇଛି ବୋଲି ଗୋଆ ପୋଲିସ ରେ ଅଭିଯୋଗ କରିଥିଲେ I ଏହାପରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ I ତଦନ୍ତ ପ୍ରକ୍ରିୟା ଆଗକୁ ବଢିବାପରେ ଧୀରେ ଧୀରେ ସୋନାଲି ଙ୍କ ମୃତ୍ୟୁ ଉପରୁ ପରଦା ହଟିଥିଲା I ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ରୁ ସୂଚନା ମିଳି ଥିଲା କି ମୃତ୍ୟୁ ପୂର୍ବରୁ ତାଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା I ଏହା ସହିତ ତାଙ୍କ ଶରୀରେ ଅନେକ ଆଘାତ ଚିହ୍ନ ଥିବା ନେଇ ଗୋଆ ପୋଲିସ ଆଇଜି ଓମବୀର ସିଂ ବିଷ୍ଣୋଇ ସୂଚନା ଦେଇଥିଲେ I

ସୋନାଲି ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗତ ୨୨ ତାରିଖ ସୋମବାର ଦିନ ରାତିରେ ସୋନାଲି ଫୋଗଟ (୪୨) ଗୋଆ ସ୍ଥିତ ‘କୁର୍ଲି’ର ରେଷ୍ଟୁରାଣ୍ଟକୁ ତାଙ୍କ ର କିଛି ବନ୍ଧୁ ମାନଙ୍କ ସହିତ ଏକ ପାର୍ଟି ରେ ଯୋଗ ଦେଇଥିଲେ I ଅଗଷ୍ଟ ୨୩ ଦିନ ସକାଳେ ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନାସ୍ଥିତ ସେଣ୍ଟ ଆନ୍ଥୋନି ହସ୍ପିଟାଲରେ ତାଙ୍କ ହୋଟେଲରୁ ମୃତଦେହକୁ ଅଣାଯାଇଥିଲା। ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଫୋଗାଟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ, କିନ୍ତୁ ପୋଷ୍ଟମର୍ଟମ ପରେ ସୋନାଲିଙ୍କ ମୃତ୍ୟୁ ଉପରୁ ଧୀରେ ଧୀରେ ପରଦା ହଟାଇବାକୁ ସକ୍ଷମ ହୋଇଛି ଗୋଆ ପୋଲିସ I