ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ମୃତ୍ୟୁ
By: Samaya Live News
ବଲାଙ୍ଗିର : ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ସହର ତୁଳସୀନଗର ପଡ଼ାରେ l ମୃତକ ହେଉଛନ୍ତି ଯଦୁମଣି ବଗର୍ତ୍ତୀ l ସେ କିଛିଦିନ ହେବ ଶ୍ୱଶୁର ଘରେ ରହି ଆସୁଥିଲେ l ତେବେ ପାରିବାରିକ ଅଶାନ୍ତି ଯୋଗୁଁ ମଙ୍ଗଳବାର ରାତିରେ ତାଙ୍କୁ ପିଟି ପିଟି ଗୁରୁତର କରିଥିଲେ ଶ୍ୱଶୁର ଘର ଲୋକ । ପରେ ସେଠାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି l ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର କାରଣ ଜଣା ପଡ଼ିନାହିଁ ।
ସମ୍ବନ୍ଧିତ ଖବର ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Tags:



