ବଡ଼ଧରଣର ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଜନାକୁ ପଣ୍ଡ କଲେ ଯବାନ
ଛତିଶଗଡ଼ : ମାଓବାଦୀଙ୍କ ବଡ଼ ଧରଣର ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଜନାକୁ ପଣ୍ଡ କଲେ ଯବାନ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ଛତିଶଗଡ଼ ବିଜାପୁର ଭୈରମଗଡ଼ ଜଙ୍ଗଲରେ ୧୦ କିଲୋର IED ଖଞ୍ଜିଥିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କ ମାଓ ଦମନ ଅପରେସନ ବେଳେ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନକୁ ଠାବ କରି ନିଷ୍କ୍ରିୟ କରାଯାଇଛି ।
ସୂଚନା ଥାଉକି, ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ ମାନେ ଖଞ୍ଜିଥିଲେ ଏହି IED । ତେବେ ସୁରକ୍ଷା ବାହିନୀ କୁମିଂ ଅପରେସନ କରୁଥିବା ବେଳେ ଅତି ସତର୍କତାର ସହ ମାଓବାଦୀଙ୍କ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି । ପରେ ବୋମା ନିଷ୍କ୍ରିୟ ଟିମ ଏହାକୁ ଅତି ସତର୍କତାର ସହ ନିଷ୍କ୍ରିୟ ମଧ୍ୟ କରିଛନ୍ତି । କୁମ୍ବିଂ ଅପରେସନ ବେଳେ ମାଓନେତା ହିଡମାଙ୍କ ମୃତ୍ୟୁ ପରେ ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ସାଥି ମାଓବାଦୀ ମାନେ କରିଥିଲେ ବଡ଼ ଯୋଜନା । ଘଟଣା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।


