୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି : କୁମ୍ବିଂ ଅପରେସନ ବେଳେ ୩ ଆଇଇଡି ବୋମାକୁ ନିଷ୍କ୍ରିୟ କରିଛନ୍ତି ଯବାନ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ଜଣାପଡିଥିଲା । ସୁରକ୍ଷାବାହିନୀ ଏବଂ ପୁଲିସକୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ନକ୍ସଲମାନେ ଉକ୍ତ ବୋମା ଖଞ୍ଜିଥିଲେ ନକ୍ସଲ  । 

ସମ୍ବନ୍ଧିତ ଖବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀ ବାସଭବନରେ ଅଗ୍ନିକାଣ୍ଡ

ପାଟ୍ରୋଲିଂ କରୁଥିବା ପୁଲିସ ଦଳକୁ ଟାର୍ଗେଟ କରି ପଢିବେଦା ଯାଉଥିବା ମଦିନ ନଦୀ କୂଳ ରାସ୍ତାରେ ନକ୍ସଲମାନେ ଆଇଇଡି ବୋମା ଖଞ୍ଜିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୁଲିସ ବାହିନୀକୁ ସୂଚନା ମିଳିଥିଲା । ଓରଛା ୨୯ତମ ବାଟାଲିୟନର ବୋମା ନିଷ୍କ୍ରିୟକାରୀ ଦଳ, ନାରାୟଣପୁର ଥାନା ପୁଲିସ, ଛୋଟେଡୋଙ୍ଗର ଥାନା ପୁଲିସ, ଆଇଟିବିପି ଡଗ୍‍ ସ୍କ୍ବାଡ୍‌କୁ ନେଇ ଗଠିତ ମିଳିତ ଦଳ ତନ୍ନ ତନ୍ନ ଯାଞ୍ଚ କରି ୩ ବୋମା ଠାବ କରିଥିଲେ। 

ସମ୍ବନ୍ଧିତ ଖବର ଡୋନାଲ୍ଡ ଟ୍ରମ୍ପ ନିଜକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କଲେ

 

ସମ୍ବନ୍ଧିତ ଖବର ଯୌନ ପ୍ରସ୍ତାବକୁ ମନା କରିବାରୁ ୩୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା

Tags: