୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ
Samaya Live News Picture
Published On

ମାଲକାନଗିରି : କୁମ୍ବିଂ ଅପରେସନ ବେଳେ ୩ ଆଇଇଡି ବୋମାକୁ ନିଷ୍କ୍ରିୟ କରିଛନ୍ତି ଯବାନ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ଜଣାପଡିଥିଲା । ସୁରକ୍ଷାବାହିନୀ ଏବଂ ପୁଲିସକୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ନକ୍ସଲମାନେ ଉକ୍ତ ବୋମା ଖଞ୍ଜିଥିଲେ ନକ୍ସଲ  । 

ପାଟ୍ରୋଲିଂ କରୁଥିବା ପୁଲିସ ଦଳକୁ ଟାର୍ଗେଟ କରି ପଢିବେଦା ଯାଉଥିବା ମଦିନ ନଦୀ କୂଳ ରାସ୍ତାରେ ନକ୍ସଲମାନେ ଆଇଇଡି ବୋମା ଖଞ୍ଜିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୁଲିସ ବାହିନୀକୁ ସୂଚନା ମିଳିଥିଲା । ଓରଛା ୨୯ତମ ବାଟାଲିୟନର ବୋମା ନିଷ୍କ୍ରିୟକାରୀ ଦଳ, ନାରାୟଣପୁର ଥାନା ପୁଲିସ, ଛୋଟେଡୋଙ୍ଗର ଥାନା ପୁଲିସ, ଆଇଟିବିପି ଡଗ୍‍ ସ୍କ୍ବାଡ୍‌କୁ ନେଇ ଗଠିତ ମିଳିତ ଦଳ ତନ୍ନ ତନ୍ନ ଯାଞ୍ଚ କରି ୩ ବୋମା ଠାବ କରିଥିଲେ। 

 

Tags: